STORYMIRROR

Bidyadhar Mantry

Abstract Inspirational Others

4  

Bidyadhar Mantry

Abstract Inspirational Others

ବର୍ଷାରେ ତୃଷା

ବର୍ଷାରେ ତୃଷା

1 min
287


ଚାତକ ଚାହିଁଛି,ଖୋଜୁଛି ବର୍ଷା 

ତୃଷା ନିବାରଣ ହେବ

ନିଦାଘ ର ଜ୍ୱାଳାରେ ଅତିଷ୍ଠ

ବର୍ଷା ଭିଜା ଦେହରେ ଶୋଷ ମେଣ୍ଟେଇବ

ବର୍ଷା ପାଣିର ସ୍ଵାଦ ଅଲଗା

ଅଚାନକ ଗୁପ୍ତ ଧନ ଠୁ ବଳି

ଧନ ରେ ମନ ବଳୀୟାନ

ବର୍ଷା ଜଳ କଣିକାରେ ତନ ମନ ସବୁ ବଳୀୟାନ।


କଳାହାଣ୍ଡିଆ ମେଘ ଦେଖି

ଚକ୍କର କାଟିବାକୁ ଚାତକ ପ୍ରସ୍ତୁତ

ବର୍ଷା ଛିଟା ଦେଖି

ଶବ୍ଦ ସବୁ ପ୍ରସ୍ତୁତ ,କାବ୍ୟ କବିତା ର ତୃଷା

କବି ମନରେ ବସା ବାନ୍ଧିଲାଣି 

ଶବ୍ଦର ସମ୍ଭାର,ଭିଜା ଭିଜା ରୂପ

ପ୍ରିୟା ପ୍ରେମିକା ହିଁ ମୁଖ୍ୟ ଚରିତ୍ର

ବର୍ଷା ଆଢ଼ୁଆଳେ ପ୍ରେମିକ ପ୍ରବର

ସଦ୍ୟସ୍ନାତା ପରି ଭିଜୁ ଥିବା ପ୍ରେମିକାର ଦେହ

କବି କେବଳ ଲେଖିବ,ଦେଖିବ ପ୍ରେମିକ ।


ବିଜୁଳି ଚମକ ରେ ପ୍ରିୟା ର ମନ ଛାନିଆ

ଚାତକ ପରି ଚାହିଁଛି ଆସିବ ପ୍ରେମିକ

ବାହୁ ବନ୍ଧନରେ ଥାଇ

ଡର,ବେଶି ଡର ଏ ବିଜୁଳି ଘଡଘଡି

ପ୍ରେମିକ କୁ କହିବ ତୁହାଇ ତୁହାଇ

ଛାତି ଆଡକୁ ଟାଣି ନେବ ଜୋର୍ ରେ

ପ୍ରେମିକଙ୍କ ଚିରାଚରିତ ଲକ୍ଷଣ ।


ତନ ମନ ସବୁ ଭିଜା ଭିଜା

ତଥାପି ଦେଖା ନାହିଁ ପ୍ରେମିକ ପ୍ରବର

କାଳିଆ ଭଅଁର ଗୁଡାକ ଟିକେ ମନୁଆ

ଆସୁ ଆସୁ ଆଉ କେଉଁଠି !

ସବୁ ଭିଜା ଦେହର ମହକ ଅଲଗା ଅଲଗା

ଡେରି ହେଲେ ବି ଜାଣୁ ସେ ପ୍ରେମିକ

ତଥାପି ରସ ଚଖା ଭଅଁର ଆସିବ ହିଁ ଆସିବ।


ବର୍ଷା ଟିକିଏ ବିରତି ନେଇଛି

ବିଜୁଳି ରେ ଆଉ ଚମକ ନାହିଁ

ଚାତକ ର ତୃଷା ନିବାରଣ ପରେ ,ଅଦୃଶ୍ୟ

କବି ର ଲେଖନୀ ବି ଢୁଳେଇ ଗଲାଣି

ପ୍ରେମିକ ଆସି ପ୍ରିୟାକୁ କଣ କହିଛି

ପ୍ରିୟା ଖାଲି ହସୁଛି ହସୁଛି ହସୁଛି

ବର୍ଷା ଏବେ ମୁଷଳ ଧାରାରେ

ହସ ବଦଳରେ ହୁଁ,ହଁ

ହସ ବି ଭିଜି ଗଲା ବର୍ଷା ପରଶ ରେ

କବିତା ର ତୃଷା ନିବାରଣ ବରଷା ପାଣିରେ।


Rate this content
Log in

Similar oriya poem from Abstract