STORYMIRROR

NIBEDITA MOHAPATRA

Fantasy Others

2  

NIBEDITA MOHAPATRA

Fantasy Others

ବର୍ଷା

ବର୍ଷା

1 min
119

କଜ୍ଜଳ ଲୋଚନା ବର୍ଷା ଆଗମନଶାନ୍ତ ସଲୀଳର ଧାରା ପ୍ରବାହନଦୂର କରେ ନିଦାଘର ନିପିଡନପୁଲକିତ ହୁଅଇ ଅବନୀ ମନ।

କଲ୍ୟାଣମୟୀ ରୂପରେ ଆର୍ବିଭୂତାପୂର୍ଣ୍ଣ ଯୌବନ ପ୍ରାପ୍ତ ଧରିତ୍ରୀ ମାତାନୂତନ ସୃଜନ ସ୍ବପ୍ନେ ଅଭିଭୂତାହୁଅଇ ଶ୍ୟାମଳ ଶୋଭାରେ ମଣ୍ତିତା।


ନିଃଶେଷ ହୋଇଲେ ଜଗତର କ୍ଲେଶତାପକ୍ଲିଷ୍ଟା ବସୁଧାକୁ ମିଳେ ଆଶ୍ବାସପାଇ ଆଷାଢ଼ର ପହଲି ପରସଧରଣୀ ରାଣୀଟି ହୁଅଇ ରଜସ୍।

କଳାବାଦଲର ସାଜିଣ ସଂଗିନୀବିଜୁଳି ଚମକରେ ହୋଇ ରଙ୍ଗୀନିବରୁଣ ଦେବଙ୍କର ରାଜ ନନ୍ଦିନୀସଭିଙ୍କୁ କର‌ଇ ପ୍ରେମରେ ବନ୍ଦିନୀ।


ଶିରାବଣ ବାରି ଧାରାର ମୂର୍ଚ୍ଛନାକବି ହୃଦୟକୁ କରେ ଆନମନାସୌନ୍ଦର୍ଯ୍ୟ ପ୍ରତି ଭରି ମନେ ବାସନାଭେଟି ଦିଅଇ କେତେ ନୂଆ ସର୍ଜନା।


କୃଷକ ଓଠରେ ଫୁଟାଏ ସେ ହସକେବେ ତା ଫସଲ କରିଦିଏ ନାଶଧରେ କବେ ସୃଷ୍ଟି କାରିଣୀର ବେଶକେବେ ତାଣ୍ଡବ ରଚି କର‌ଇ ଧ୍ବଂସ।


କଳା ବାଦଲ ଘେରିଲେ ଆକାଶରେ ସତେଜ ହୁଅଇ ସ୍ମୃତି ମାନସରେପିଲାବେଳେ ବର୍ଷା ପାଣି ପ୍ରବାହରେଭସାଇଣ ଖେଳୁ ଡଙ୍ଗା କାଗଜରେ।


ପରବାସୀ ପ୍ରିୟାର ଖବର ନେଇଆସିଥିଲା ବସନ୍ତ ପବନ ଧାଇଁଝୁରୁଛି ଆଜି ମୋ'ର ମନ ତା' ପାଇଁବରଷାର ଆଗମନ ଦେଖି ଦେଇ।

ଅଶ୍ରୁ ସିକ୍ତ ବିରହିଣୀର ନୟନ

ପ୍ରତିକ୍ଷାରେ ବିତିଯାଏ ତା'ର ଦିନ

ମଧୁର ସ୍ମୃତିର ଦିବ୍ୟ ସମ୍ମୋହନ

ବ୍ୟଥିତ କରେ ସଦା ପ୍ରାଣ ସ୍ପନ୍ଦନ। 

ମେଘ ମହ୍ଲାରର ମୃଦୁ ମନ୍ଦ୍ର ଧ୍ବନି

ସୃଷ୍ଟି କରିଦେଇ ବିରହ ରାଗିଣୀ

ପ୍ରଜ୍ବଳିତ କରିଣ ପ୍ରେମର ବହ୍ନି

ଦଗ୍ଧିଭୂତ କର‌ଇ ଭାବ ବନାନୀ।

ଉଜାଣି ବହି ପ୍ରୀତିର ମନ୍ଦାକିନୀ

ଛିଞ୍ଚି ଦେଲା ସତେ ମୃତ୍ୟୁ ସଞ୍ଜିବନୀ

ଉଜ୍ଜିବିତ ହୋଇଲା ସ୍ମୃତି ରଞ୍ଜନୀ

ଲୁହରେ ଭିଜ‌ଇ ପ୍ରିୟା ଅଭିମାନୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy