STORYMIRROR

Kishore Nayak

Children

3  

Kishore Nayak

Children

ବର୍ଷା

ବର୍ଷା

1 min
280


ଝିପ୍ ଝିପ୍ ଝିପ୍ ବରଷା ଝରେ 

ଚିକ୍ ମିକ୍ କରି ବିଜୁଳି ମାରେ 

ଘଡଘଡି ମାରେ ରହି ରହି 

ଇନ୍ଦ୍ରଧନୁର ସପ୍ତ ରଙ୍ଗ 

ସଭିଙ୍କର ମନ ନିଏ ମୋହି ll

ଧରଣୀ ବୁକେ ବରଷା ରାଣୀ 

ଆସଇ ଯେବେ ଓଢଣୀ ଟାଣି 

ସାଜିଣ ବଧୂ ବେଶେ 

ଦେଖାଇ ଥାଟ ସବୁଜ ପାଟ 

ପିନ୍ଧି ମୁରୁକି ହସେ ll

ବରଷା ଭିଜା ମୋ ଗାଁ' ମାଟି 

ବାସନା ତା'ର ଯାଏ ଚହଟି 

ମନରେ ଆଣେ ଖୁସି 

ଗାଁ' ର ଲୋକେ କରନ୍ତି ମେଳି 

ଦାଣ୍ଡ ପିଣ୍ଡାରେ ବସି ll

ପାଣିରେ ବୁଡ଼େ ଗହୀର ପାଟ 

ବିଲ ବାଡ଼ି ଆଉ ପୋଖରୀ ତୁଠ 

ନଦୀରେ ଆସେ ବଢ଼ି 

ରାତି ଅଧରେ ବେଙ୍ଗ ବେଙ୍ଗୁଲି 

ଛାଡ଼ନ୍ତି ଖାଲି ରଡି ll

ଧାରା ଶିରାବଣ ଝଡି ବରଷା 

ଚାଷୀ କୁଳରେ ଜଗାଏ ଆଶା 

ଚଷା ପୁଅ ଗାଏ ଗୀତ

ଧାନ ତଳି ରୋଇ ଅତି ଯତନରେ 

ଉଠିଆ କରେ ତା' କ୍ଷେତ ll

ବରଷା ଟିକେ ଗଲାରୁ ଛାଡି 

କାଲୁଆ ପବନ ଆସଇ ମାଡି 

ଦେହକୁ ଲାଗଇ ଶୀତ 

ଗହୀର ବିଲୁ ଭାସି ଆସଇ 

ଚାଷୀ ଭାଇର ଗୀତ ll

ନିଦାଘ ଶେଷେ ଉତ୍ତପ୍ତ ଧରା 

ତକ୍ଷଣେ ପାଇ ବାରିର ଧାରା 

ମେଣ୍ଟାଏ ତା'ର ତୃଷା 

ଆଶ୍ୱସ୍ତ କରେ ଜୀବଜଗତ  

ନାଁ' ଟି ତା'ର ବର୍ଷା ll



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Children