Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baijayantimala Rout

Abstract

4  

Baijayantimala Rout

Abstract

ବରଷା ରାଣୀ

ବରଷା ରାଣୀ

1 min
240


ବିଧାତା ରଚିଲା ଛଅ ଋତୁ ପୁଣି 

ସଂସାର ମଙ୍ଗଳ ପାଇଁ ,

ବରଷା ଋତୁଟି ଅନ୍ଯତମ ପୁଣି 

ସବୁଠୁ ମନ ଲୋଭଇ ।

ପ୍ରାଣୀର ମଙ୍ଗଳ କାମନା ପାଇଁକି

ସୃଷ୍ଟି କର୍ତ୍ତା କଲେ ଲୀଳା ,

ନିଦାଘ ଶେଷରେ ବରଷା ରାଣୀଟି 

ଆସି କରିଥାଏ ଖେଳା ।

ନିଦାଘର ତାତି ନପାରି ସମ୍ଭାଳି 

ଜନେ ଡାକ ଦେଲେ ତ୍ରାହି ,

ଆସିଲା ବରଷା ଦେଲା ଶୀତଳତା 

ସର୍ବେ ମୁକତି ଲଭଇ ।

ଫଳ ପୁଷ୍ପ ପୁଣି ପନିପରିବାରେ

ହସି ଉଠଇ ଧରଣୀ,

ମଥାରେ ପକାଇ ସବୁଜ ଓଢଣୀ 

ଆସିଛି ବରଷା ରାଣୀ ।

ବେଙ୍ଗ ବେଙ୍ଗୁଲିର କଟର କଟର 

ଲାଗେ ମଜା ଶୁଣିବାକୁ ,

ସାତ ରଙ୍ଗ ବୋଳି ଇନ୍ଦ୍ରଧନୁ ପୁଣି 

ଛୁଇଁଯାଏ ଆକାଶକୁ ।

କୃଷକ ମନରେ ଭରିଛି ଆନନ୍ଦ 

ଆସିଛି ବରଷା ଦିନ ,

କ୍ଷେତେ ଫଳାଇବ ସୁନାର ଫସଲ 

ହୁଏ ତା ମନ ଉଛ୍ଛନ ।

ରୂପ ମାଧୁର୍ଯ୍ଯରେ ମୋହିନେଉ ପ୍ରାଣ 

କିଏ ହେବ ତୋର ସରି ,

ନିଦାଘ ଉଷ୍ମତା ଶୀତଳ କରାଉ 

ଧରଣୀ ନିଏ ଆଦରି ।



Rate this content
Log in

Similar oriya poem from Abstract