ବର୍ଷା ପ୍ରେମ
ବର୍ଷା ପ୍ରେମ
ଧୂଆଁ ଆକାଶରେ
ଧବଳ ମେଘରେ
ଲୁଚିଯାଏ ଚାନ୍ଦ ମୁଖ
ପ୍ରିୟତମା ପାଖେ
ପ୍ରେମରଙ୍ଗ ମାଖେ
ଶୀତ ଲାଗେ ବଇଶାଖ ।
ଚପଳା ଚମକେ
ଅନ୍ଧକାର ଚିରି
ଘଡ଼ଘଡ଼ି ସାଥେ
ବାରିଧର ଝରି ।
ରାତି ବଢ଼ିଯାଏ
ତାତି ହସୁଥାଏ
ଅନେକ ଆଶାକୁ ଧରି
ତ୍ରିଦିବ ସଜାଏ
ଦମ୍ଭୋଳି ଛାଡ଼ି
ଆଦିତେୟ ସ୍ୱର ଭରି l

