STORYMIRROR

Prasant Kumar Nath

Inspirational

3  

Prasant Kumar Nath

Inspirational

ବର୍ଷା - ପିଲାଦିନ ଆଉ ଏବେ

ବର୍ଷା - ପିଲାଦିନ ଆଉ ଏବେ

1 min
13.1K


ପିଲାଦିନେ କେତେ ବର୍ଷାରେ ଭିଜିଛି

ହିସାବ ତାହାର ନାହିଁ

ଆଜି ଭିଜିଗଲେ ଥଣ୍ଡା ଧରିନିଏ

ଖାତାରୁ କାଗଜ କେତେ ମୁଁ ଚିରିଛି

ପାରିବିନି ତାହା କହି

ପୃଷ୍ଠାଏ କାଗଜ ଚିରିଦେବା ପାଇଁ

ହାତ ଆଜି ଯାଏ ନାହିଁ

ପୋଖରୀ ପାଣିକୁ କେତେ ପିଇଛି

କିଛି ମୋର ହୋଇ ନାହିଁ

ପାଣିକୁ ଫୁଟେଇ ନପିଇଲେ ଆଜି

ବେମାରୀ ଯାଉଛି ହୋଇ

କାଦୁଅ ସାଥିରେ କେତେ ମୁଁ ଖେଳିଛି

ବରଷା ଆସିଲା ପରେ

କାଦୁଆକୁ ଆଜି ଗୋଡ କାଢ଼ିବାକୁ

ପାଦଟା ମୋହର ଥରେ

କାହିଁ ସେହି ବେଳ କୁଆଡେ ଛାଡ଼ିଲି

କାହିଁ ସେହି ହସ ଖୁସି

ଭାରି ମନେ ପଡେ ପିଲାଦିନ ମୋର

ଭାବେ ସେହି କଥା ବସି

*********

ପ୍ରଶାନ୍ତ କୁମାର ନାଥ

ନଂ -10,ଫାଷ୍ଟ ଫ୍ଲୋର,ଫାଷ୍ଟ ବି କ୍ରସ,ଏସ.ଜି.ଏନ ଲେଆଉଟ,

କସମିକ ଏମ୍ବାସୀ,ବାଙ୍ଗାଲୋର-560027


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational