STORYMIRROR

Sunanda Mohanty

Classics Inspirational Others

3  

Sunanda Mohanty

Classics Inspirational Others

ବର୍ଷା ଓ ସୁନାବେଶ

ବର୍ଷା ଓ ସୁନାବେଶ

1 min
174


,

ମାଟିରୁ ମହୁଲି ବାସ୍ନା 

ଚାଷୀର ମେଣ୍ଟେ ତୃଷା 

ମଣିଷ ଛାଡ଼ୁନି ଇର୍ଷା 

ଟପ ଟପ ଟୋପି ବର୍ଷା 

ଟପକି ପଡି ଲାଗେ ନିଶା 

ଟିପି ଟିପି ଭିତରେ ଉଷା 

ମଣିଷ ଛାଡ଼ୁନି ଇର୍ଷା 

ଝିପି ଝିପି ପଡେ ବର୍ଷା 

ଝୁରା ଫୁଲେ ବାନ୍ଧି ଖୋସା 

ଝୁମୁରା ଝରା ପିପାସା 

ଆଖିରେ ଅନେକ ଦିଶା 

ମଣିଷ ଛାଡ଼ୁନି ଇର୍ଷା 

ଜଗା କରେ ଲୋକହସା 

ବଡ଼ଦାଣ୍ଡେ ସୁବର୍ଣ୍ଣ ବେଶଭୂଷା 

କି ବାରତା କିବା ଅଭିପ୍ସା 

ମାୟା ଛାଡି ମନ୍ଦିରେ ପ୍ରବେଶା 

ଷାଠିଏ ପଉଟି ଅନ୍ନ ପରସା 

ସବୁ ଭକତଙ୍କ ପାଇଁ ଉନ୍ମେଷା 

ଦୟା କ୍ଷମା ଆଉ ଭାବର ଚଉତିଶା 

କିଏ ବୁଝିବ ଏ ଗହନ ସଂଦେଶା 

ଭକତିରେ ମାତି ଭକ୍ତ ବୁଝେନା ପଶା 

ସୁନାବେଶ ଵାସେ ଚତୁର୍ଦ୍ଧାଙ୍କ ଇର୍ଷା 

ସାରେଗାମାପାଧାନିସା ର ରାଗରୁଷା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics