STORYMIRROR

Priyaranjan Biswal

Abstract Others Children

4  

Priyaranjan Biswal

Abstract Others Children

ବର୍ଷା ଓ ପିଲାଦନ

ବର୍ଷା ଓ ପିଲାଦନ

1 min
46

ବର୍ଷା ଓ ପିଲାଦିନ


ବର୍ଷାକୁ ଦେଖି

ମନେପଡେ ଆଜି

ହଜିଲା ମୋ ପିଲାଦିନ।

ଡଙ୍ଗା ଭସାଇବା

ଫଟକା ଗଣିବା

କୁଆପଥରରେ ଖେଳିବା।


ବିତିଛି ସେ ଦିନ

ଲିଭିନାହିଁ ଚିହ୍ନ

ଝୁରୁଛି ତାକୁ ମୋ ମନ।

ଲିପିବଦ୍ଧ କରି

ରଖିଛି ମୋ ଛାତି

ପିଲାଦିନ ସେ ସ୍ମୃତି।

ବର୍ଷାରେ ଭିଜି

ଘରକୁ ଫେରି ମୁଁ

ଖାଇଛି କେତେ ମାଡ ଗାଳି।

ଓଳିଛା ପାଣିରେ

ଭିଜିବା ପାଇଁ

ବୋଉ ଆଗରେ

କେତେ କରିଛି ଅଳି।


ଜାଣିଶୁଣି ମୁଁ

ଭିଜାଇଛି କେତେ

ବର୍ଷାରେ ବହି ବସ୍ତାନି।

ଓଦା ହୋଇ ଯେବେ

ଘରକୁ ମୁଁ ଫେରେ

ବାପା ମୋ ବାଡାନ୍ତି ବେତରେ।

ବହି ସବୁ ମୋର

ଶୁଖାଏ ମୋ ବୋଉ

ବସି ଚୁଲି ମୁଣ୍ଡରେ।


ଜାଣିଶୁଣି କେତେ

ଛତା ମୁଁ ଭାଙ୍ଗିଛି

ଭିଜିବା ପାଇଁ ବର୍ଷାରେ।

ବରଷାରେ ଭିଜି

ଯେବେ ଥଣ୍ଡା ଧରେ

ରାତିସାରା ବୋଉ

ପାଖେ ଜଗିରହି

କେତେଯେ ସେବା କରେ।

ରାତି ପାହିଗଲେ

ବାପା ମୋ ନିଅନ୍ତି

ଡାକ୍ତରଖାନାକୁ ମତେ।

ଡାକ୍ତରଙ୍କୁ ଦେଖି

ମନେ ମନେ ଡରେ

ଦେଖି ଇଞ୍ଜେକ୍ସନ୍

ତାଙ୍କ ହାତରେ।


ଏହି ସବୁ ସ୍ମୃତି

ମନେ ପଡି ଆଜି

ଲୁହରେ ଆଖି ମୋ 

ଯାଉଛି ଭିଜି।


ବରଷା ଭିଜା ସେ

ଅଭୁଲା ମୂହୁର୍ତ୍ତ

ଭୁଲିବା ନୁହେଁ ସମ୍ଭବ।

ମଧୁର ମଧୁର ଯନ୍ତ୍ରଣା ଦିଏ

ପିଲାଦିନର ସେ ସ୍ୱଭାବ।


ଫେରିବନି ଆଉ

ସେହି ସବୁ ଦିନ

ବୁଝିଯା

ଅବୁଝା ମନ।

ସମୟ ସ୍ରୋତରେ

ଅନେକ ଆଗକୁ

ଚାଲି ଆସିଛି

ଏବେ ଜୀବନ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract