STORYMIRROR

Prasanta Kumar Behera

Romance

3  

Prasanta Kumar Behera

Romance

ବର୍ଷା ଛିଟା ......

ବର୍ଷା ଛିଟା ......

1 min
294


ଝରା ଶ୍ରାବଣର ବର୍ଷା ଠାରୁ 

ବେଶୀ ମିଠା

ଏଇ ଝିପିଝିପି ବର୍ଷାର ଛିଟା

କଥାଠୁ ବେଶୀ ମନଛୁଆଁ

ତମ ହାତ ଲେଖା 

ସେଇ ସବୁ ପ୍ରେମ କବିତା


ମିଳନ ଠାରୁ 

ବେଶୀ ସୁନ୍ଦରତା

ତମ ମୋ ଭିତରର ଦୂରତା

ପ୍ରେମ ଠାରୁ 

ଢେର ମଧୁରତା

ତମ ସହ ନିବିଡ ବନ୍ଧୁତା


ଫୁଲ ଠାରୁ 

ବେଶ୍ ମନ ଲୋଭା

ତମ ମୁଖ ମଣ୍ତଳର ଶୋଭା

ସେଥିପାଇଁ ତ କହେ

ତମ ରୂପ ସୌନ୍ଦର୍ଯ୍ୟର ଆଗେ

କୋଣାର୍କର ଭାସ୍କର୍ଯ୍ୟ ବି 

ଫିକା ଫିକା ଲାଗେ


ଏମିତିରେ ସବୁଠାରୁ ବେଶୀ 

ମସଗୁଲ୍ ହୁଏ ତମକୁ ନେଇ 

ମୋ ମନ ଭିତରେ 

ଅହରହ ଆସୁଥିବା 

ସେଇ ସବୁ ଅବାଧ କଳ୍ପନା 

ଆଉ ପାହାନ୍ତିଆ ପ୍ରହରର 

ଗାଢ ନିଦ୍ରାରେ ଦେଖୁଥିବା

ଅବୈଧ ସ୍ୱପ୍ନ ମାନଙ୍କ ସହିତ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance