ବରଷ କେ ଥରେ ଆସିଛି ରଜ
ବରଷ କେ ଥରେ ଆସିଛି ରଜ
ରଜ ଆସିଗଲା ବୋଲି
ଆକାଶକୁ ମେଘ ଦେଲାନି ବୋଳି
ଦେଲାନି ବୋଳିଲୋ
ବେଙ୍ଗୁଲି ରାଗିଣୀ ତୋଳି ।
ଆମ୍ବ ପଣସର ଫଳ
ଉପରୁ ପଡୁଛି ବରଷା ଜଳ
ବରଷା ଜଳଲୋ
ଗଛମାନଙ୍କର ବଳ ।
ନଈପୋଖରୀରେ ପାଣି
ନୂଆ ଲୁଗା ଯିବି ବଜାର ଆଣି
ବଜାର ଆଣିଲୋ
ତୋର ମନ କଥା ଜାଣି ।
ପାରିଦେବା ପୋଡ଼ପିଠା
ରଜ ଦରବକୁ କରିଛି ଚିଠା
କରିଛି ଚିଠାଲୋ
ପାଗ ଲାଗେ ମିଠାମିଠା ।
ଓଦା ଓଦା ମାଟି ମାଆ
ଚାଷୀ ଭାଇଙ୍କୁ ଲୋ ହେଉଥା ସାହା
ହେଉଥା ସାହା ଲୋ
ନଈରେ ଭାସିଲା ନାଆ ।
ଆକାଶେ ଉଡ଼ଇ ଗୁଡି
ଖିଲିପାନ ଭାଙ୍ଗେ ବାସନ୍ତୀ ଖୁଡି
ବାସନ୍ତୀ ଖୁଡିଲୋ
ରୁଣୁଝୁଣୁ ବାଜେ ଚୁଡି ।
ପଟାଦୋଳି କେଁ କଟ
ଭାଉଜଙ୍କର ମନ ଛଟ ପଟ
ସେ ଛଟପଟ ଗୋ
ବିଦେଶୁ ଫେରିଛି ନଟ ।
ଗୋଡ଼ରେ ଅଳତା ଧାର
ବାପଘରୁ ଆସେ ରଜକୁ ଭାର
ରଜକୁ ଭାରଗୋ
ଗପସପ ଅଟେ ସାର ।
କାକରା ଆରିସା ପିଠା
ରଜ ତିନିଦିନ ମୁହଁରେ ମିଠା
ମୁହଁକୁ ମିଠାଲୋ
ରେଶମୀ ଶାଢ଼ୀର ଛିଟା ।
ତାଆଶ ପାଳି ରେ ବଳ
ଝିଅ ବୋଉ ମାନେ ଦଳକୁ ଦଳ
ଦଳକୁ ଦଳ ଲୋ
ଟୋକା ଟୋକି ହଳ ହଳ।
ଠାକୁ ଠାଆ ପାଲା
ମେଲୋଡି ଗାନ୍ତି କଟକ ଵାଲା
କଟକ ବାଲା ଲୋ
ଅପେରା ବାଲାକଂ ହାଲା ।
ପାଲର ରେ ହୋଇ ସଜ
ତିନି ଦିନ ଆମ ରଜ ମଉଜ
ବନସ୍ତେ ଡାକିଲା ଗଜ ।