STORYMIRROR

Sisir Panda

Inspirational

3  

Sisir Panda

Inspirational

ବୃକ୍ଷରୋପଣ

ବୃକ୍ଷରୋପଣ

1 min
479



ପ୍ରକୃତି ଆମର ମହାନ ରକ୍ଷକ

ତାର ସୁରକ୍ଷା ହେଉ ଜୀବନ ଲକ୍ଷ୍ୟ

ସଂହାର କର୍ତ୍ତା ତ ସାଜିଛି ମନୁଷ୍ୟ

ସତେ କି କରିବ ଧରାକୁ ଜୀବ ଶୁନ୍ୟ।

ଉଦ୍ଭିଦ ବିନା କି ଜୀବନ ସମ୍ଭବ ?

ଏକଥା କାହାକୁ ତ ନୁହେଁ ଅଛପା

ତଥାପି ଦେଖ ସର୍ବତ୍ର ପ୍ରଦୁଷଣ

ଶିଳ୍ପାୟନ ପାଇଁ ଚାଲେ ଗଛ କଟା।

ବୃକ୍ଷ ରୋପଣ ଏକ ମହତ କାର୍ଯ୍ୟ

ରୋପଣକାରୀର ପୂଣ୍ୟ ତ ଧାର୍ଯ୍ୟ

ବୃକ୍ଷ ରୋପଣେ ନକର ହେ କାର୍ପଣ୍ୟ

ଅବି ଏହା ଅଟେ ନିତ୍ୟାନ୍ତ କାମ୍ୟ।

ଏକ ବୃକ୍ଷ ତାର କାର୍ଯ୍ୟ ଅନେକ

ପ୍ରଦୁଷଣକୁ ସେ କରେ ଶୋଷଣ

ବର୍ଷାକୁ ତ ସେ କରେ ନିମନ୍ତ୍ରଣ

ଭୂତଳ ଜଳର କରେ ରକ୍ଷଣ।

ଗଛଟିଏ ଭାଇ ଲଗାଅ ଗଛଟିଏ

ଗଛ ନୁହେଁ ସେ ତ ଆମ ସାଥିଟିଏ

ତାପରି ମିତ ଆଜି ଜଗତେ ବିରଳ

ସିଏ ମଧ୍ୟ ଆମ ପରି ଜୀବଟିଏ।।

ଶିଶିର କୁମାର ପଣ୍ଡା,କଟକ।


Rate this content
Log in

Similar oriya poem from Inspirational