STORYMIRROR

Mithun Sahu

Inspirational

3  

Mithun Sahu

Inspirational

ବୃକ୍ଷକୁ ଲଗାଅ ଜୀବନ ବଞ୍ଚାଅ

ବୃକ୍ଷକୁ ଲଗାଅ ଜୀବନ ବଞ୍ଚାଅ

1 min
27.7K


ଆଜିଯାଏଁ ସତେ ଏ ମାନବ ଜାତି

ବୁଝି ତ ପାରିନାହାନ୍ତି,

ଜୀଇଁବା ପାଇଁ କି କଅଣ କରିବା

ଉଚିତ ଓ ଅନୁଚିତି,।।

ନିଜ ସ୍ୱାର୍ଥ ପାଇଁ କିଛିବି କରନ୍ତି

ଆଗପଛ ନ ବିଚାରି,

ଏମିତି ଛୋଟିଆ ଭୁଲ୍ ଟିଏ ପାଇଁ

ଜୀବନ ଦିଅନ୍ତି ହାରି ।।

ନିଜ ଖୁସିପାଇଁ କେତେ ଯେ ବୃକ୍ଷକୁ

କରୁଛନ୍ତି ଅନାଦର,

ତାକୁ କାଟି ଆଣି ଜାଳେଣି କରନ୍ତି

ଆଉ କେହି କୋଠା ଘର ।।

ଭାବନ୍ତିନି କେହି ସେହି ବୃକ୍ଷ ପାଇଁ

ପାଉ ବୋଲି ଅମ୍ଳଜାନ,

ତା ପାଇଁ ସୁନ୍ଦର ଦିଶେ ପରିବେଶ

ଥାଏ ମଧ୍ୟ ତା ଜୀବନ ।।

ଅଙ୍ଗାରକାମଲ ହୋଇଗଲେ ବୃଦ୍ଧି

ସବୁ ହୁଏ ଯେ ଦୂଷିତ,

ଜଳ,ମାଟି,ବାୟୁ ତା ସଙ୍ଗେ ସମସ୍ତ

ଜୀବ ପାଆନ୍ତି ଆଘାତ ।।

ବୃକ୍ଷକୁ ସର୍ବଦା ଆଦର ହିଁ କର

ନ' କର ଯେ ଅନାଦର,

ବୃକ୍ଷକୁ ଲଗାଅ ଜୀବନ ବଞ୍ଚାଅ

ଭାବି ଏକ ପରିବାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational