STORYMIRROR

Sagar Kumar Parida

Abstract

2  

Sagar Kumar Parida

Abstract

ବୃକ୍ଷ

ବୃକ୍ଷ

1 min
154

ବୃକ୍ଷ ଅଟେ ଅମୁଲ୍ୟ ସମ୍ପଦ

         ତା'ର ଉପକାର,

ଶୁଝି କେବେ ପାରିବାନି

         ଜୀବନ ମଧ୍ୟର

ପୁଷ୍ପ, ଫଳ, ପତ୍ର ତା'ର

        ଆମରି ସେବାରେ ,

ବାଟୋଇଙ୍କୁ ବାଟେ ଛାୟା

       ପ୍ରଦାନ ସେ କରେ

ବିହଙ୍ଗମ ଡାଳେ ତା'ର

     ରଚଇ ତା ନୀଡ଼,

ଦୂରେ କେବେ ତଡେ ନାହିଁ

     ପଶୁ,ପକ୍ଷୀ,ନର

ଅମ୍ଳଜାନ ଯୋଗାଏ ସେ 

      ଶ୍ବାସକ୍ରିୟା ପାଇଁ,

ଆଲୋକଶ୍ଳେଷଣ କରେ

     ସୂର୍ଯ୍ୟାଲୋକ ପାଇ

ବର୍ଷାର ଆବଶ୍ୟକତା

     କରିଥାଏ ଦୂର,

ସବୁଜିମା ମୟ ରଖେ

     ଧରିତ୍ରୀର କୋଳ

ମୃତ୍ତିକା ସଂରକ୍ଷଣକୁ

    ମଜବୁତ କରେ,

ତାପମାତ୍ରା ନିୟନ୍ତ୍ରଣ

     କରେ ସଦା କାଳେ

ବୃକ୍ଷ ବିହ୍ଵନେ ସଂସାର

     ଉଜୁଡିବ ଦିନେ,

ସୁରକ୍ଷା କରିବା ତା'ର

   ଲଗାଇ ଯତନେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract