STORYMIRROR

Gouri Panda

Inspirational

3  

Gouri Panda

Inspirational

ବୃକ୍ଷ ର କାହାଣୀ

ବୃକ୍ଷ ର କାହାଣୀ

1 min
219

ଶୁଣ ସୁଦ୍ଧିଜନ 

ଦେଇ ମନ କର୍ଣ୍ଣ। 

କରୁଛି ବର୍ଣ୍ଣନ

ବୃକ୍ଷ ର ଜୀବନ। ୧

କରୁଛି କରମ 

ଜନହିତ କାମ। 

ନେଇଛି ଜନମ

ବୃକ୍ଷ ତାର ନାମ। ୨

ଏ ବୃକ୍ଷ ଆମର

ବନ୍ଧୁ ସହୋଦର। 

ଛାଇ ଦେଇଥାଏ

କେତେ ଯେ ସୁନ୍ଦର। ୩

ସେ ବୃକ୍ଷ ପାଇଁ ତ

ଏ ପ୍ରାଣୀ ଜଗତ। 

ବଞ୍ଚୁଅଛି ପରା

ନେଇ ତା ମରୁତ। ୪

ବୃକ୍ଷ ଦେଇଥାଏ 

ବାୟୁ ଅମ୍ଳଜାନ। 

ସେ ବାୟୁ ସେବନେ

ଚାଲଇ ଜୀବନ। ୫

ଔଷଧ, ସମୀଧ 

ଦେଇଥାଏ ବୃକ୍ଷ। 

ଅଛି କେ ଜଗତେ

ବୃକ୍ଷ ସମକକ୍ଷ। ୬

ବୃକ୍ଷ କରିଥାଏ

ବର୍ଷା ପରୋକ୍ଷ ରେ। 

ତାର ଉସ୍ବେଦନ 

ଭିନ୍ନ ପ୍ରକ୍ରିୟା ରେ। ୭

ବୃକ୍ଷ ଦୂର କରେ

ବାୟୁ ପ୍ରଦୂଷଣ। 

ସ୍ବଚ୍ଛ କରିଥାଏ 

ଏ ଜନଜୀବନ। ୮

ଉଦ୍ଭିଦ ଜଗତ

ଭରେ ଧରା କ୍ଷତ। 

ଯୋଗାଏ ସଭିଙ୍କୁ 

ଖାଦ୍ୟ ସେ ମହତ। ୯

ତା'ପତର, ଫଳ

କାଣ୍ଡ, ଚେର, ଫୁଲ। 

ଭରିଥାଏ ସେଠି 

ଖାଦ୍ୟ ପ୍ରାଣ ତୁମ। ୧୦

ପରିବେଶ ସ୍ବଚ୍ଛ 

ବୃକ୍ଷ କରିଥାଏ। 

ସେ କଥା ଜାଣିନି

ଏ ଜଗତେ କିଏ? ୧୧

ବିଶ୍ବତାପନ କୁ

ବୃକ୍ଷ ରେକିପାରେ। 

ସୃରୁଜ ଉତ୍ତାପ 

କମିଥାଏ ଧୀରେ। ୧୨

କାହିଁ କେଉଁ କାଳୁ 

ବୃକ୍ଷ ପୂଜା ପାଏ। 

ତା ମହତ ଜାଣେ

ପୂଜା କରେ ସିଏ। ୧୩

ବୃକ୍ଷ ଦାନ କରେ

ସ୍ବଚ୍ଛ ପରିବେଶ। 

ପ୍ରଦୂଷଣ ମୁକ୍ତ 

ବୃକ୍ଷ କରେ ଶେଷ। ୧୪

ଆଜି କର ପଣ

ହେ ମାନବଗଣ। 

ବୃକ୍ଷ ପ୍ରତିଦିନ 

କରିବା ରୋପଣ। ୧୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational