STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବ୍ରହ୍ମ ଅବଧୂତ ଶ୍ରୀଶଙ୍କରାଚାର୍ଯ୍ୟ     

ବ୍ରହ୍ମ ଅବଧୂତ ଶ୍ରୀଶଙ୍କରାଚାର୍ଯ୍ୟ     

1 min
251

    ବ୍ରହ୍ମ ଅବଧୂତ ଶ୍ରୀଶଙ୍କରାଚାର୍ଯ୍ୟ     
        ==============
ଜୟ ଶ୍ରୀଶଙ୍କରାଚାର୍ଯ୍ୟ ଜୟହେ ଶଙ୍କର l ତୁମେ ଶ୍ରୀଶଙ୍କର ସ୍ଵୟଂ ଶିବ ଅବତାର ll
ବ୍ରହ୍ମ ଅବଧୂତ ତୁମେ ବାଲ୍ୟ ବ୍ରହ୍ମଚାରୀ l ଭାରତେ ଥାପିଲ ଚାରିଦିଗେ ଧାମଚାରି ll ଉତ୍ତରେ ବଦ୍ରିକା ପଶ୍ଚିମେ ଦ୍ବାରିକା ଧାମ l ଦକ୍ଷିଣ ଶୃଙ୍ଗେରି ପୂର୍ବ ଶ୍ରୀପୁରୁଷୋତ୍ତମ ll ଦୂର କଲ ହିନ୍ଦୁ ଧର୍ମୁ ନାନା କୁସଂସ୍କାର l ଅବକ୍ଷୟ ମୁଖୀ ଧର୍ମ, କରିଲ ସଂସ୍କାର ll
ନାନାଶାସ୍ତ୍ର କରି ତୁମେ ଟୀକା ଶୁଦ୍ଧଭାସ୍ୟ l ସରଳେ ବୁଝାଇଦେଲ ଶାସ୍ତ୍ରର ରହସ୍ୟ ll ମନ୍ତ୍ର ଦ୍ରଷ୍ଟା ମନ୍ତ୍ର ସ୍ରଷ୍ଟା ସୃଜି ନାନା ମନ୍ତ୍ର l ଅଷ୍ଟକ ଶ୍ଳୋକରେ ବୁଝାଇଲ ହିନ୍ଦୁ ତନ୍ତ୍ର ll ଗୋବିନ୍ଦ ଭଜନ ପାଇଁ ଆସିଲ ସଂସାର l ଶିକ୍ଷାଦେଲ ମନୁଷ୍ୟକୁ ଜୀବନ ଅସାର ll ଗୋବିନ୍ଦ ଭଜନ ବିନା ଶୁଣ ଆରେ ମନ l ବୃଥାରେ ମନୁଷ୍ୟ ଜନ୍ମ ଯାଏ ଦିନୁ ଦିନ ll ଗୋବିନ୍ଦ ଭଜନ କର ଗୋବିନ୍ଦରେ ମତି l ଗୋବିନ୍ଦ ଭଜନ ବିନା ନାହିଁ ଆନ ଗତି ll ମୋହମୁଦ୍ଗରେ ଭଣିଲ ବ୍ରହ୍ମ ଏକା ସତ୍ୟ l ବ୍ରହ୍ମେ ଧ୍ୟାନ କର ମିଥ୍ୟାଜଗତ ଅସତ୍ୟ ll ବ୍ରହ୍ମ ଅବଧୂତ ଆହେ ବ୍ରହ୍ମଜ୍ଞାନ ନ୍ୟାସୀ l ପ୍ରଣାମ ପ୍ରଣାମ ବ୍ରହ୍ମ ଅଦ୍ବୈତ୍ୟ ସନ୍ନ୍ୟାସୀ ll                   🙏🙏🙏
                 ଅର୍ଜୁନୀ
              --------------
ଅର୍ଜୁନୀ ଚରଣ ବେହେରା
ମୋ - ୭୬୯୩୦୯୧୯୭୧


Rate this content
Log in

Similar oriya poem from Inspirational