STORYMIRROR

Prasanta Kumar Behera

Romance

3  

Prasanta Kumar Behera

Romance

ବରବେଶ

ବରବେଶ

1 min
238


ଠୋପି ଠୋପି ଠୋପି

ଗୋଳି ଚନ୍ଦନ

କପାଳରେ ଯେବେ ନାଇବ

ଫୁଲମାଳ ପିନ୍ଧି

ବରବେଶ ସାଜି

ବେଦୀପରେ ଯେବେ ବସିବ l


ନଇଁ ନଇଁ ନଇଁ

ଥରଥର ପାଦେ

ସୁକୁମାରୀ ଜେମା ଆସିବ

ଲାଜେ ମରି ମରି

ଧିରେ ଆସି ଯେବେ

ବାମ ଭାଗେ ତୁମ ବସିବ l


କିଛି ନ ଜାଣିଲା ପରି

ଅଭିନୟେ ଯେବେ

ଆଖି କୋଣେ ତୁମ ଚାହିଁବ

ସତ ମୁଁ କହୁଛି

ସିରିସିରି ରାଗେ

ମଦନ ମୋ ତନୁ ଦହିବ l


ଅଗ୍ନି ସାକ୍ଷୀ ରଖି

ପୁରୋହିତ ଯେବେ

ଆମ ଦୁଇ ହାତ ଛନ୍ଦିବ

ଜାଣିବ ହେ ବନ୍ଧୁ

ସ୍ୱପ୍ନ ସତ ହେଲା

ମୋର ଜୀବନେ ମହକ ଭରିବ l



Rate this content
Log in

Similar oriya poem from Romance