STORYMIRROR

ସନାତନ ଦାସ

Tragedy

4  

ସନାତନ ଦାସ

Tragedy

ବୋଉଲୋ

ବୋଉଲୋ

1 min
177

ବୋଉଲୋ,

ତୋ ହାତ ରନ୍ଧା ପଖାଳର ବାସ୍ନା,

ସହରର ବିରିୟାନି ରେ ମିଳୁନି,

ତୋ କୋଳଥ ଡାଲିର ସ୍ଵାଦ

ଡାଲ୍ ମଖ୍ନିରେ ଖୋଜି ପାଉନି..।


ବୋଉଲୋ,

ତୋ ପଣତ କାନିର ଦରଦୀ ଛୁଆଁ

ଟାୱେଲ୍ ରେ ବାରି ହଉନି,

ତୋ ପିତା ଶାଗ ପୋଡ଼ାର ଯାଦୁ

ପୋଡ଼ା ଚିକେନ୍ ରେ ଆସୁନି..।


ବୋଉଲୋ,

ତୋ ମମତାର ଶୀତଳ ପରଶ

ମାସାଜ୍ ରେ ମୋତେ ମିଳୁନି,

ତୋ ନାଲି ଚା ଆଉ ମୁଢ଼ିର ଯୋଡି

କଫି ଆଉ ଟୋଷ୍ଟ୍ ରେ ଆସୁନି...।


ବୋଉଲୋ,

ଜର ହେଲେ ମୋତେ ରାତିସାରା ସେବା

ହସ୍ପିଟାଲ୍ ରେ ଆଜି ମୁଁ ଖୋଜୁଛି

କିନ୍ତୁ ଜାଣି ଜାଣି କି ଭୁଲି ଯାଉଛି

ମୁଁ ତୋ ଠୁ ଦୂରରେ ରହୁଛି..।


ବୋଉଲୋ,

ସତରେ କଣ ପୁଅ ବଡ଼ ହେଲେ

ତୋ ଠୁ ଦୂରକୁ ଯିବାକୁ ବାଧ୍ୟ,

ପ୍ରତି ମୁହୂର୍ତ୍ତରେ ତୋ କଥା ଭାବି

ଲୁହ ଗଡ଼ାଇ ବାକୁ ମୁଁ ବାଧ୍ୟ..।


ଟିକେ କହିବୁ କି?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy