STORYMIRROR

Kamal Kumar Dash

Inspirational

3  

Kamal Kumar Dash

Inspirational

ବୋଉ କଥା ମନେ ପଡେ

ବୋଉ କଥା ମନେ ପଡେ

1 min
14K


ବୋଉ ଆଜି ମୋର କାହିଁକି କେଜାଣି

ତୋର କଥା ମନେ ପଡେ

ସକାଳୁ ସକାଳୁ ଚଉରା ମୂଳରେ

ଦୀପ ଜଳା ମନେ ପଡେ (1)

ତୁଳସୀ ମୂଳରେ ଗୁଣ୍ଡ ମୁରୁଜରେ

ଜାଗା ଛବି ମନେ ପଡେ

ଦିନ ଗଡିଗଲେ ତୋ ହବିଷ ଭାତ

ଶାଗ ଭଜା ମନେ ପଡେ (2)

ସଞ୍ଜ ନଇଁ ଗଲେ ଆକାଶର ଦୀପ

ତୋ ଆଳତି ମନେ ପଡେ

ତୋ ସ୍ନେହ ଆଦର ପରଶ ଶାନ୍ତିର

ଆଜି ଭାରି ମନେ ପଡେ (3)

ଜାଣିଛି କେବେବି ଆଉ ଫେରିବନି

ଗଲା ଦିନ ଗଲା କଥା

ବୋଉ ତୋର ବିନା ଖାଲି ଖାଲି ଘର

ଚାରି ଆଡେ ନୀରବତା (4)

ଗାଁଆ ବାଡ଼ି ଘର ଲାଗେନା ନିଜର

ମନ ହୁଏନା ଯିବାକୁ

ତୋ କଥା ଭାବିଲେ ଆଖି ମୋର ପୁରେ

ଭାବେ ଥରେ ଫେରିବାକୁ (5)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational