STORYMIRROR

Binapani Tripathy

Tragedy

3  

Binapani Tripathy

Tragedy

ବନ୍ୟା

ବନ୍ୟା

1 min
146

କି ବର୍ଷା !

ରାସ୍ତା ବୁଡି ମାଡି ଚାଲିଛି ପାଣିର ସୁଅ

ସତେ କି ସମୁଦ୍ର 

ଗର୍ବରେ ଛାତି ଫୁଲେଇ ଚାଲୁଥିବା 

ଚାରିଚକିଆ ଗାଡିସବୁ 

ଅଗାଡି ପ୍ରାୟ ଭାସୁଛନ୍ତି 

କୋଠା ମାନଙ୍କରେ ଅଣ୍ଟା ବୁଡି ପାଣି

ଏ ମୁଣ୍ଡରୁ ସେ ମୁଣ୍ଡ 

ପହଁରୁଛନ୍ତି ଆସବାବପତ୍ର 

ବିଚରା ମଣିଷ !

ଖଟ ଉପରେ ଟେବୁଲ୍ ପକେଇ

ଜାକିଜୁକି ହେଇ

ଅନେଇ ବସିଛି ଉପରକୁ 

ଚୁଡାଗୁଡର ପୁଡିଆଟିଏ ଖସନ୍ତା କି ।।


ଚାଲିଛି ଉଦ୍ଧାର ସେବା

ଡଙ୍ଗାରେ ପାରି ହେଉଥିଲେ 

ଝୁମ୍ପୁଡି ପଟିର ବାସିନ୍ଦା 

ଆଶ୍ରୟସ୍ଥଳି ଆହୁରି ଖଣ୍ଡେ ବାଟ

ଅଣ୍ଟା ପିଠି ଆଉଁସି ହେଉଛି ସ୍ତ୍ରୀ ଲୋକଟି 

ବୋଧେ ଗର୍ଭକଷ୍ଟ 

ଆଃ...କି ଚିତ୍କାର

କୁଆଁ କୁଆଁ ରାବଟେ ଶୁଭିଲା 

ନୌକାରେ ନବଜାତ ଦୁନିଆ ଦେଖିଲା ।।


ଏ ବନ୍ୟା !

ଦୁଃଖର ଦରିଆ କି ସୁଖର ସମୁଦ୍ର 

ବୁଝେନା ଶୈଶବ 

ଖାତାର କାଗଜ ଫାଡି ,ଡଂଗା ଗଢି 

ସ୍ୱପ୍ନ ଲଦି, ସୌକରେ ଭସାଏ

କି ବାଣିଜ୍ୟ କରେ 

କେଜାଣି ଏ କାଗଜ ଡଙ୍ଗା 

ଘାସର ଦ୍ୱୀପରେ 

ଆଗ ପଛ ଟହଲୁଥାଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Binapani Tripathy

Similar oriya poem from Tragedy