Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sumanta behera

Children

2.4  

sumanta behera

Children

ବଣ ସଭା

ବଣ ସଭା

1 min
295


ବଣ ରାଇଜରେ ସିଂହ ରାଜା ଆଜି

ଏକତ୍ରିତ କରି ପଶୁ ପକ୍ଷୀକୁ ।

ଆୟୋଜନ କଲେ ସଭା ଜଙ୍ଗଲରେ

ମନୁଷ୍ୟ ଠାରୁ ରକ୍ଷା ପାଇବାକୁ ।।


ଆରମ୍ଭ କରି ସେ ସଭାକାର୍ଯ୍ୟ ଆଗେ 

କହିଲେ ସମସ୍ତ ଦୁଃଖର କଥା ।

ବଣ ରାଇଜରେ ମନୁଷ୍ୟ ମାନଙ୍କ 

ଅତ୍ୟାଚାର ଆଜି ଦେଉଛି ବ୍ୟଥା ।।


ନିର୍ଭୟରେ ଏଠି ଶିକାର କରି ସେ

ଖାଉଛନ୍ତି ଜୀଵ ଜନ୍ତୁକୁ ମାରି ।

ଡରାଉଛନ୍ତି ଆମ ମାନଙ୍କୁ ପୁଣି

ଆଧୁନିକ ଅସ୍ତ୍ର ଶସ୍ତ୍ରକୁ ଧରି ।।


କାଲି ମୁଁ ଦେଖିଲି ଗୋଟିଏ ସ୍ଥାନରେ

ଆସିଥିଲେ ବହୁ ମାନବ ହସି ।

ଶିକାର କରିଲେ ହରିଣ ଗୋଟିଏ

ନିଆଁରେ ପୋଡିଲେ ଆନନ୍ଦେ ବସି ।।


ସେ ନିଆଁ ଲାଗିଲା ସାରା ଜଙ୍ଗଲରେ

ଏବେ ବି ଜଳୁଛି ଦକ୍ଷିଣ ଦିଗେ ।

ବର୍ଷା ଯୋଗୁଁ ଆମେ ବଞ୍ଚିଗଲେ ସିନା

ନହେଲେ ମରନ୍ତେ ସଭିଏଁ ଆଗେ ।।


ସିଂହ ରାଜାଙ୍କର କଥା ସରିନାହିଁ

ଆସିଲା ଗୋଟିଏ ଭଲ୍ଲୁକ ଧାଇଁ ।

ଜଳି ଯାଇଥିଲା ଅଧା ଶରୀର ତା'

କାନ୍ଦୁଥିଲା ସିଏ ବିକଳ ହୋଇ ।।


ଦେଖି ତା' ଶରୀର ପଶୁ ପକ୍ଷୀ ଗଣ

ପ୍ରଚଣ୍ଡ ରାଗରେ ଉଠିଲେ ସବୁ ।

କହିଲେ ରାଜାଙ୍କୁ ଯିବୁ ଏବେ ଆମେ

ମଣିଷ ସମାଜ ଧ୍ୱଂସ କରିବୁ ।।


ମାନବଙ୍କ ଠାରୁ ପ୍ରତିଶୋଧ ନେବୁ

ଦେଖାଇ ଦେବୁ ହେ ଆମରି ବଳ ।

ଅନୁମତି ଯଦି ମିଳେ ରାଜାଙ୍କର

ଆମେ ଯିବୁ ହୋଇ ସଭିଏଁ ମେଳ ।।


ହସ୍ତୀ ଥିଲା ପାଖେ ଦେଲା ସେ ଉତ୍ତର

ଉଚିତ କାର୍ଯ୍ୟ ଏ ନୁହେଁ ଆମର ।

ଆମ ଏହି ସଭା ବିଷୟରେ ଆଜି

ମାନବଙ୍କୁ ଦିଆଯାଉ ଖବର ।।


ନଷ୍ଟ କରିବେନି ଆମ ରାଇଜକୁ

ଆମକୁ ସେମାନେ ମାରିବେ ନାହିଁ ।

ଯଦି ନ ବୁଝିଲେ ବାଧ୍ୟ ହେବା ଆମେ

ଆକ୍ରମଣ ତାଙ୍କୁ କରିବା ପାଇଁ ।।


ହାତୀର କଥାକୁ ସବୁ ପଶୁ ପକ୍ଷୀ

ସମର୍ଥନ କଲେ ରାଜାଙ୍କ ସହ ।

ବାର୍ତ୍ତା ପଠାଇଲେ ମାନବ ଗଣକୁ

ଜଣାଇଲେ ନିଜ ହୃଦୟ କୋହ ।।


ଧମକ ଭରା ସେ ଚରମ ନିଷ୍ପତି

ମାନବ କର୍ଣ୍ଣରେ ଶୁଣାଇ ଦେଇ ।

ସଭା ଶେଷ କରି ଚାଲିଗଲେ ସର୍ବେ

ଆଗାମୀ ଦିନର ପ୍ରସ୍ତୁତି ପାଇଁ ।।


Rate this content
Log in

Similar oriya poem from Children