STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ବଙ୍ଗ ନିର୍ମାତା ବିଧାନ ଚନ୍ଦ୍ର

ବଙ୍ଗ ନିର୍ମାତା ବିଧାନ ଚନ୍ଦ୍ର

1 min
387

ବିଧିର ବିଧାନ ବିଚିତ୍ର

ହେଲା ତମ ଆଗମନ 

କେଉଁ ଏକ ଶୁଭ କ୍ଷଣେ

 ହେ ଚନ୍ଦ୍ର ବିଧାନ।

ବଙ୍ଗର ଭାଗ୍ୟ ନିର୍ମାତା

ଜନତାର ରକ୍ଷା କର୍ତ୍ତା

ତୁମ ଲାଗି ଧନ୍ୟ ହେଲା ବଙ୍ଗ ଭୂମି

 ତୁମେ ଥିଲ ତ୍ରାଣ କର୍ତ୍ତା।


ଶିକ୍ଷାରେ ଅଗ୍ରଣୀ

ରାଜନୀତିର କର୍ଣ୍ଣଧାର

ଚିକିତ୍ସା କ୍ଷେତ୍ରରେ ସଦା ତତ୍ପର

ସେ ଏ ଦେଶ କୃତଜ୍ଞତା ସ୍ୱରୂପ

ପ୍ରଦାନ କରିଥିଲା ବେସାମରିକ 

 ଭାରତରତ୍ନ ପୁରସ୍କାର।

ଅଠରଶହ ବୟାଅଶି ସାଲ

ଜୁଲାଇ ପହିଲାରେ

ଅଘୋର କାମିନୀ ପ୍ରକାଶ ଚନ୍ଦ୍ରଙ୍କ

 ଜନମ ତୁମର।

ବଙ୍ଗ ର ଦ୍ଵିତୀୟ ମୁଖ୍ୟମନ୍ତ୍ରୀ ରୂପେ

ଦୀର୍ଘ ଚଉଦ ବର୍ଷ ଶାସନ କାଳରେ

ସୁଶାସନ କରିଣ ପ୍ରତିଷ୍ଠା 

ପ୍ରିୟ ଭାଜନ ହେଲ କୋଟି ଜନତାର।

ହେ ଯୋଗଜନ୍ମା ସୁପୁତ୍ର 

ଏ ପୂଣ୍ୟ ମାଟିର

ଶତ ମୁଖେ ପ୍ରଚାରିତ ତୁମ ଯଶ

ଅମୃତ ସନ୍ତାନ ତୁମେ

 ଭାରତ ମାତାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational