STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ବନ୍ଦୁଛି ମୋ ମାତୃଭାଷା

ବନ୍ଦୁଛି ମୋ ମାତୃଭାଷା

1 min
182


    ବନ୍ଦୁଛି ମୋ ମାତୃଭାଷା

ଅତି ହିଁ ସୁନ୍ଦର ନାହିଁ ପଟାନ୍ତର, 

ମାତୃଭାଷା ମୋ ମାତୃଭାଷା       


ପୌରାଣିକ ଭାଷା ଗୌରବ ଭାଷା

ବୀରତ୍ୱରେ ଭରା ଓଡ଼ିଆ ଭାଷା,

ସ୍ୱତନ୍ତ୍ର ସଂଗ୍ରାମୀ ଉତ୍କଳର ହିଁ ଭାଷା

           ମାତୃଭାଷା ମୋ ମାତୃଭାଷା


ସୁନ୍ଦର ଦୃଶ୍ୟ ଅତି ସୁଶୋଭିତ

ସବୁ ଗୁଣେ ଖ୍ୟାତି ଅଳଙ୍କୃତ

ମଠ ଆଶ୍ରମରେ ତହିଁ ବିଭୂଷିତ

      ମାତୃଭାଷା ମୋ ମାତୃଭାଷା।


ଧର୍ମପଥଗାମୀ ଅପୂର୍ବ ଭୂମି

ସତ୍ୟପଥଗମୀ ଜ୍ଞାନର ଭୂମି,

ନିଃସ୍ୱାର୍ଥର ପଥ ପବିତ୍ର ଏ ଭୂମି

      ମାତୃଭାଷା ମୋ ମାତୃଭାଷା।


ଜଗନ୍ନାଥ ଭୂମି ଜଗତକର୍ତ୍ତାଙ୍କ

ଭକ୍ତଙ୍କର ଭୂମି ଜଗତ ତାରକ,

ପବିତ୍ର ଭାଷାଟି ଓଡ଼ିଆ ଭାଇଙ୍କ

      ମାତୃଭାଷା ମୋ ମାତୃଭାଷା।


ଖଣ୍ଡାୟତଙ୍କର ବୀରତ୍ୱ କାହାଣୀ

ପାଇକ ବିଦ୍ରୋହ ଅପୂର୍ବ ସେ ବାଣୀ,

ଗୁଞ୍ଜୁ ଅଛି ବିଶ୍ୱେ ପବିତ୍ର ଧରଣୀ

     ମାତୃଭାଷା ମୋ ମାତୃଭାଷା।


ସୁମଧୁର ଭାଷା ଅତି ହି ସୁନ୍ଦର

ପୌରାଣିକ ଭାଷା ନୁହେଁ ପଟାନ୍ତର,

ସୁନ୍ଦର ସୁନ୍ଦର ସୁନ୍ଦର

     ମାତୃଭାଷା ମୋ ମାତୃଭାଷା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational