STORYMIRROR

Satyabati Swain

Inspirational

4  

Satyabati Swain

Inspirational

ବନ୍ଧୁତା

ବନ୍ଧୁତା

1 min
515


ଗୋଟେ ଅଦେଖା ଡୋର

ଅକ୍ଷାଂଶରୁ ଦ୍ରାଘିମା ଯାଏ

ଅଦୃଶ୍ୟ

କିନ୍ତୁ ଦିଶୁଥାଏ

ମାଟିରୁ ଆକାଶ

ବର୍ଷାରୁ ସମୁଦ୍ର ଭର୍ତ୍ତୀ ନୀଳ ତୃଷ୍ଣା

ଅକଳନ ଆନନ୍ଦ

ଗୁଡେଇ ହୋଇଥାଏ

ହୃଦ ଚାରିପଟ

ଜୀବନ ହସେ

ସେ ନିରୁତା ସମ୍ପର୍କରେ।


ଶବ୍ଦ ନିଅଁଣ୍ଟ

ସୁଧା କିନ୍ତୁ ଝରେ

ମହକେ ମନ ଅଗଣା

'ବନ୍ଧୁତା' ମଧୁମାଳତୀ ଗନ୍ଧେ

ଏ ଏମିତି ବନ୍ଧନ

ବିନା ଜଞ୍ଜିରରେ

ସଭିଙ୍କୁ ବାନ୍ଧେ।


ପଛରେ

ସବୁ ରହିବ

ସଭିଙ୍କୁ ଜଣା

ତଥାପି କି ଆସକ୍ତି

ଆପଣା ପଣ

ଅଭିଯୋଗ

ଅଭିମାନ ଫର୍ଦ୍ଦ

ଫାଟ

ଫେଭିକିଉକି ର ପୁଣି ଯୋଡ

ସବୁ ରାଗ ଋଷା 'ଥୁ'

ନଥାଏ କିଛି ତୁ କି ମୁଁ

କେବଳ ତୁ ମୋର ମୁଁ ତୋର

ଅନୁରାଗର ମହୁଥିପା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational