STORYMIRROR

Ajita Mishra

Abstract

2  

Ajita Mishra

Abstract

ବନ୍ଧୁତ୍ୱ

ବନ୍ଧୁତ୍ୱ

1 min
375

କାହାଣୀ ଓ କବିତାରେ

ଅଳ୍ପ କିଛି ମତ ରଖୁଥିଲ

ଖୁବ୍ ସଂକ୍ଷିପ୍ତ ରେ

କିଛି କଥା ଭୁଲି ହୁଏ

ଆଉ କିଛି ମନେରହିଯାଏ

ବୋଧହୁଏ ମତେ

ଭଲ ଲାଗୁଥିଲା

ବନ୍ଧୁ ପରି ବନ୍ଧୁଟିଏ

ପାଇଗଲି ବୋଲି

ଫଗୁଣ ପରେ ଫଗୁଣ

ଇତି ହେଲା ,

ସାଥି ତୁମେ

କଲ୍ ଟିଏ ଦେଲ

ଖୁବ୍ ଆବେଗରେ

କୋହ ସବୁ ଚାପିରଖି

ଫୋନ୍ ଧରିଥିଲି...

ଏକ ତରଫା

କଲ୍ ହେଲା ଭାବି

ତୁମେ ହ୍ୟାଲୋ

ହ୍ୟାଲୋ କହୁଥିଲ

ମୁଁ ଚୁପ୍ ଛିଡ଼ା ହୋଇଥିଲି

କ୍ଷୀର ଉତୁରିଗଲା

ଅରୁଆ ଚାଉଳ

ଜାଉ ହେଲା

ବନ୍ଧୁ ତୁମେ

ଖୁବ୍ ବେପର୍-ୱଆ ଭାବେ

ମୋର ସମୟକୁ

ଆପଣାର କରିନେଲ


*****************

ବନ୍ଧୁତ୍ୱ - ୨

*****

ତୁମେ ହଜିଗଲ...

ମନେ ପଡ଼େ ପିଲାବେଳ

ଡୁ ଡୁ ବହୁଚୋରି

କାଗଜଡଙ୍ଗା 

ଲୁଚା ଚୋରା 

ଫଗୁଣ ସକାଳ

ସବୁ ଶୂନ୍-ଶାନ୍

ତୁମେ ହଜିଗଲ

ବଡ଼ ସହରର

ଇର୍ଷା ଓ ଅୟସରେ...

ମୋତେ ଗାଁ ମାଟି

ଆମନ୍ତ୍ରଣ କଲା

ସରିଗଲା ସବୁ ଖେଳ

ଅଚିହ୍ନା ହୋଇଲେ ଆମେ

ସ୍ୱପ୍ନ ଅଧା ରହିଗଲା

ସିଙ୍ଗାଣୀ ନାକି

ଧଳା ଘୋଡ଼ା 

ରଜାପୁଅ ଖେଳ

ହଜିଗଲା ପିଲାବେଳ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract