STORYMIRROR

Subhalaxmi Nayak

Tragedy

3  

Subhalaxmi Nayak

Tragedy

ବନ୍ଧୁକ ମୁନରେ ଜୀବନ

ବନ୍ଧୁକ ମୁନରେ ଜୀବନ

1 min
350

ମୁଁ କାଶ୍ମୀର କହୁଛି

ଶୁଣିବାକୁ ଚାହୁଁଛ ମୋର ଆର୍ତ୍ତ୍ ଚିତ୍କାର

ଦେଖିବାକୁ ଚାହୁଁଛ ମୋର ଚିତ୍ର ଦୁର୍ଦ୍ଦିନର

ମୋର ବୁକୁ ଉପରେ ଭାରତମାତାର କେତେ ଯେ ବୀରପୁତ୍ରଙ୍କ ବଳି ଦିଆଯାଇଛି।

କେତେ ଯେ ନିଷ୍ପାପ ଶିଶୁ ଅନାଥ ହୋଇଛି

ବହିଛି ରକ୍ତର ନଦୀ,

ଆତଙ୍କୀ ଖେଳିଛନ୍ତି ଲହୁରେ ଫଲଗୁ

ନୀରବ ବେଦନାରେ ଜର୍ଜରିତ ମୋର ପ୍ରାଣ

କାହିଁକି ଯେ ମଣିଷ ଏଠି ମଣିଷର ଶତ୍ରୁ

ବିଡ଼ମ୍ବନା କବଳିତ କରିଚାଲିଛି ମୋର ଭାଗ୍ୟ

ଜୀବନ ବନ୍ଧା ପଡ଼ିଛି ବନ୍ଧୁକ ମୁନରେ

କେତେବେଳେ ଜଣେ ଜୋରଜବରଦସ୍ତ

ଅବାଟକୁ ଟାଣି ହୋଇ ଆସିଛି ତ

କେତେବେଳେ ସାମ୍ନାରେ ପରିବାରର

ହୀନସ୍ଥା ତାକୁ କରି ଦେଇଛି

ପ୍ରତିଶୋଧ ପରାୟଣ

ମୋ ବୁକୁରେ ଶାନ୍ତି ମୈତ୍ରୀର ସଦଭାବନା

ଦୁଃସାହସିକ ଚିନ୍ତାଧାରା ଠାରୁ କିଛି କମ୍ ନୁହେଁ

ମୋତେ ନେଇ ରାଜନୀତି ସବୁବେଳେ ସରଗରମ

ମୁଁ ବନ୍ଧା ପଡ଼ିଛି!

ଦୁଇଟି କୁଳର ଅଭାଗିନୀ ଦୁହିତା ପରି

ଆଉ ବନ୍ଧା ପଡ଼ିଛନ୍ତି ମୋର କୋଳରେ

ଜନ୍ମ ନେଉଥିବା ହତଭାଗ୍ୟ ନୂତନ ଜୀବନ

ସ୍ମୃତିଚାରଣ କରିବାକୁ ଇତିହାସର ପୃଷ୍ଠା ଓଲଟାଇ ଦେଲେ

ଦୃଶ୍ୟମାନ ହେବ ମୋର ସବୁ ଲିଖିତ ଇତିହାସ କଳଙ୍କିତ

ବନ୍ଧୁକ ମୁନରେ କ୍ଷମତା ହାସଲ କରିବାକୁ

ଆତଙ୍କୀ ସଦା ଉଦ୍ୟତ

ଭବିଷ୍ୟତକୁ ଦୂରଦୃଷ୍ଟି ଦେଲେ

ଅନ୍ଧକାର ଛାଇ ଯାଏ ଆଖି ସାମ୍ନାରେ

ସତରେ କ'ଣ ମୁଁ ସ୍ୱାଧୀନ ହେବି

ଏ ବନ୍ଧୁକ ମୁନରେ ବଞ୍ଚୁଥିବା ଦୁର୍ବିସହ ଜୀବନରୁ?

ଏଇମିତି କିଛି ଶୁଣୁଥିଲି କାଲି ରାତିରେ

ଆଉ ଏକ ଆକ୍ରମଣ ପରେପରେ

ଗୋଟିଏ ନିରୀହ ନିଷ୍ପାପ ଶିଶୁର କରୁଣ ଚିତ୍କାରରୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy