ବନ୍ଧୁକ ମୁନରେ ଜୀବନ
ବନ୍ଧୁକ ମୁନରେ ଜୀବନ
ସମଗ୍ର ଧରଣୀ ଅଶାନ୍ତେ ଭରିଛି
ବଞ୍ଚିବାର ସ୍ୱାଦ ନାହିଁ,
ନିଜ ଗୋଡ଼ ନିଜେ କୁରାଢ଼ୀରେ ହାଣେ
ମଣିଷ ଅଜ୍ଞାନ ହୋଇ |
ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି
ଆତଙ୍କବାଦର ଗୋଷ୍ଠୀ,
ବହୁଳ ସଂଖ୍ୟାରେ ହୁଏ ଆକ୍ରମଣ
ସବୁ ସନ୍ତ୍ରାସବଳେ ସୃଷ୍ଟି |
ସାମ୍ରାଜ୍ୟବାଦର ଏକ ନୂଆରୂପ
ମେଲିଚାଲେ ତାର କାୟା,
ଲୁଚି ଛପି ସିଏ ଆକ୍ରମଣ କରେ
ନାହିଁ ହୃଦେ ଦୟା ମାୟା |
ଧର୍ମନାମେ ଆଜି ସାମ୍ପ୍ରଦାୟିକତା
ବିଶ୍ୱରେ ହୋଇଛି ଠିଆ,
ଆତଙ୍କବାଦର ଆହ୍ୱାନେ ଉଠୁଛି
ଜେହାଦୀ ହେବାକୁ ନୂଆ |
ସାରା ପୃଥିବୀରେ ମାଟି ଯେ ସମାନ
ଚାହେଁନାହିଁ ରକ୍ତପାତ,
ନିଜ ସ୍ୱାର୍ଥ ପାଇଁ ମଣିଷ କରୁଛି
ମାଟିକୁ ଯେ
କଳଙ୍କିତ |
ବନ୍ଧୁକ ମୁନରେ ଜୀବନ ବଞ୍ଚୁଛି
ନରକ ଯନ୍ତ୍ରଣା ବଳେ,
କହିବାକୁ ପଦେ ନାହିଁ ବି ସୁଯୋଗ
ମଣିଷ ପଣିଆ ଜଳେ |
ପାକିସ୍ତାନ ଦେଶେ ରହୁଥିବା ହିନ୍ଦୁ
ଆଖିରେ ମରଣ ଭାସେ,
ହିନ୍ଦୁର ଲଳନା ବଳର ପ୍ରୟୋଗେ
ମୁସଲିମ ହୋଇ ବଞ୍ଚେ |
ବହୁ ପ୍ରତିବାଦ ବିଶ୍ୱେ ଗୁଞ୍ଜରିତ
ହୋଇ ବି ନିରବୀ ଯାଏ,
ବିନା କାରଣରେ ବନ୍ଧୁକ ମୁନରେ
ପାକହିନ୍ଦୁ ମରୁଥାଏ |
ଅଫଗାନିସ୍ତାନ କାନ୍ଦୁଛି ବିକଳେ
ଜୀବନ ସେଠାରେ ପଣ୍ୟ,
ଗଣତନ୍ତ୍ର ସେଠି ଯାଇଛି ଉଜୁଡି
ବିଶ୍ୱ ଦେଖୁଛି ମରଣ |
ତାଲିବାନ ହାତେ ଅଫଗାନିସ୍ତାନ
ନିରୀହ ଜନତା ମରେ,
ବନ୍ଧୁକ ମୁନରେ ଜୀବନ ସେଠାରେ
ନିତି ହାହାକାର କରେ |