STORYMIRROR

Debabrata Jena

Inspirational

3  

Debabrata Jena

Inspirational

ବନ୍ଧୁ କିଏ

ବନ୍ଧୁ କିଏ

1 min
14.7K


ନିଜେ ଦୁଃଖ ସହି ଅନ୍ୟ ହିତ ପାଇଁ

ଯିଏ ସଦା ଲଢ଼ି ଚାଲେ

ନିଃସର୍ତ୍ତ ସେନେହ ଛଳନା ବିହୁନେ

ସମ୍ପର୍କକୁ ବାନ୍ଧିପାରେ ।।(୧)

ବିଶ୍ୱାସ ,ସାଧୁତା ଶରଧାର ନଈ

ଯା' ହୃଦେ ଚାଲଇ ବହି

ନ ଥାଇ ସେ ପାଶେ ଶୁଭ ସେ ମନାସେ

ଦିଗଦର୍ଶନ ପାରେ ଦେଇ ।।(୨)

ଚନ୍ଦନ ଶୀତଳ ଚନ୍ଦ୍ରମା ଶୀତଳ

ସବୁଠୁ ଶୀତଳ ବନ୍ଧୁ

ବିପଦେ ଆପଦେ ପାଖେ ଛିଡା ହୁଏ

ଭୁଲିବାନି ତାକୁ ହୃଦୁ ।।(୩)

ପଶ୍ଚାତେ ଅନିଷ୍ଟ ଆଗରେ ସୁମିଷ୍ଟ

ବଖାଣଇ ଯେଉଁ ଜନ

ପରିହାର କର ସେହିଭଳି ବନ୍ଧୁ

ସର୍ପ ସମ ସେ ଦୁର୍ଜନ ।।(୪)

ପିତା-ମାତା ବନ୍ଧୁ ଗୁରୁ ଆମ ବନ୍ଧୁ

ବନ୍ଧୁ ଯେ ଶୁଭ ଚିନ୍ତକ

ବନ୍ଧୁ ଥିଲେ ପାଶେ ଶୁଭ ସେ ମନାସେ

ସାଜେ ଜୀବନ ରକ୍ଷକ ।।(୫)

କେହି ତ ନୁହଁଇ କାହାର ମିତର

ପୁଣି କାହାର ବଇରୀ

ନିଜ ବ୍ୟବହାରେ ଭଲ ମିତ୍ର ଶତ୍ରୁ

ଆମେ ହିଁ କରୁ ତିଆରି ।।(୬)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational