STORYMIRROR

Akshayakumar Dash

Abstract

2  

Akshayakumar Dash

Abstract

ବନ୍ଧକ

ବନ୍ଧକ

1 min
166

ଜୀବନ ବନ୍ଧାପଡିଛି

ବହୁରାଷ୍ଟ୍ରୀୟ କମ୍ପାନୀ ଦୁଆରେ

ସକାଳୁ ଉଠି ବାସୀରୁଟି ଚାହା

କି ଖେଚୁଡ଼ି,ମୁଠେ ଦୁଇମୁଠା ଭୋଜିଆ

ପେଟରେ ଭୋକନଥିଲେବି

ବାଧ୍ୟରେ ସ୍ୱାସ୍ଥ୍ୟରକ୍ଷା

ବୁଝୁଛି ଶରୀର ପାଇଁ

ଖାଦ୍ୟ ହେବ ପ୍ରତିରକ୍ଷା

ଶଗଡ଼ ଗୁଳାର ବାଟ

ଘରୁ ବାହାରିଲା ପରେ

ସିଧାସଳଖ ରାସ୍ତାଦେଇ

ଅଫିସ ଭିତରେ ଢୁକିଯିବାର ଲକ୍ଷ

ସିଷ୍ଟମ ଖୋଲି ଡାଟା ଏଣ୍ଟ୍ରି

ମାୟାର ଦୁନିଆଁ କୁଭୁଲି ସାଧନା ରେ ଯୋଗୀ

ଅପଘଞ୍ଚ ଇଲାକାରେ ନେଟୱାର୍କ ନାହିଁ

ଛୋଟଝିଅ କିସକରୁଥିବ

ପୁଅ ସ୍କୁଲରୁ ଫେରି ଖାଇଲାକି ନାହିଁ

ସବୁ ଚିତ୍ର ଲହଡି କୁଳ ମାଡ଼ଖାଇ

ଅନନ୍ତ ସାଗର ବକ୍ଷରେ

ଥକିପଡ଼ିଲେବି ଆଗକୁ ଯିବାକୁହେବ

କୋଉଡିର ମୂଳ ଦେବାକୁ ପଡିବ

ବାରଘଣ୍ଟା ପରେ ଖୋଗୁଛି ତୁମକୁ

ତୁମ ପରିବାରର କପୋତ ଶାବକକୁଁ

ସୋଫା ଉପର ଅଲୋଡ଼ା ପଡିଥିବା ବେଡ଼ସିଟକୁ

ସବୁଯେମିତି ଋଷିବସିଛନ୍ତି ମତେ ଦେଖି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract