STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବନ୍ଦେ ହରିପ୍ରିୟା

ବନ୍ଦେ ହରିପ୍ରିୟା

2 mins
250

           ବନ୍ଦେ ହରିପ୍ରିୟା
         ==========
ବନ୍ଦେ ହରିପ୍ରିୟା ବନ୍ଦେ ମା ଅଭୟା
      ବନ୍ଦେ ଦାରିଦ୍ର୍ୟ ଭଞ୍ଜନୀ l
ବନ୍ଦେ ସିନ୍ଧୁବାଳା ମାଆଲୋ କମଳା     
       ଦୟାମୟୀ ଠାକୁରାଣୀ ll
ନମେ ଭକ୍ତିଭରେ ମାଆଙ୍କ ପୟରେ
        ଆଜ ଶୁଭ ଗୁରୁବାରେ l
କିଞ୍ଚିତେ ଭକତି କିଞ୍ଚିତେ ମୋ ସ୍ତୁତି     
     ଘେନାକର ମାଆ ବାରେ ll
ଶ୍ରୀୟା ଚଣ୍ଡାଳୁଣୀ ଭକ୍ତ ସାଧବାଣୀ
       ତୋ ପଦ୍ମ ପୟର ପୂଜି l
ତୋ ଭକ୍ତିପାଇଲେ ସମ୍ପଦଲଭିଲେ
        ଶାସ୍ତ୍ରରୁ ଅଛି ମୁଁ ବୁଝି ll
କୁଳ, ଜାତି,ଧର୍ମ, ମଣୁ ମା' ସମାନ
         ଜୟ ଜଗତ ଜନନୀ l
ଦୁଃଖ ଶୋକ ନାଶ ହୁଅଇ ଅବଶ୍ଯ
     ପୂଜି ତୋ ପୟର ବେନି ll
 ପ୍ରଭୁ ଜଗନ୍ନାଥ, ନୀଳାଚଳ ନାଥ
         ପରମ ଦୟାଳୁ ହରି l
କାହିଁ ନପାଇଲେ ରାହା ଜଗନ୍ନାହା
      ତୋର ଅପମାନ କରି ll
କାଳୀୟଗଞ୍ଜନ କରିଲେ ଭୋଜନ
      ତୋ ହସ୍ତରନ୍ଧା ବ୍ୟଞ୍ଜନ l
ଜୟ ମୋର ମାଆ ଜଗତର ସାହା
       ପଦେ ରହିଥାଉ ମନ ll
ଆଶୀର୍ବାଦ ଦେଇ ମାଆ ଦୟାମୟୀ
     ଦୋଷ ମୋ କରିବୁ କ୍ଷମା l
ଅଜ୍ଞାନ ଅଶେଷ କରିବୁ ମୋ ନାଶ
       ଜୟ ସିନ୍ଧୁ ରାଜ ଜେମା ll
ଦୁଃଖ ସଂସାରର ଥାଉ ମାଆ ଦୂର
      କରୁଣା କଟାକ୍ଷେ ତୋର l
ଜୟ ଅନ୍ନପୂର୍ଣ୍ଣା ମାଆ ଲୋ ପ୍ରସନ୍ନା
      ପୟରେ କୋଟି ଜୁହାର ll
              🙏🙏🙏
                  ଅର୍ଜୁନୀ
                -------------
ଅର୍ଜୁନୀ ଚରଣ ବେହେରା
 ମୋ -7693091971


Rate this content
Log in

Similar oriya poem from Inspirational