STORYMIRROR

Chittaranjan Nanda

Abstract Action Others

4  

Chittaranjan Nanda

Abstract Action Others

ବନ୍ଦ ପାଳନରେ କି ଲାଭ

ବନ୍ଦ ପାଳନରେ କି ଲାଭ

1 min
374


କାଗଜରେ ଲେଖି ଦେଇ ହୁଏ, କହି କି 

ପାରିବ ମୋତେ କି କେହି

ମନ ଇଛା କହି ପାର କଥା, ଯେ ବନ୍ଦ 

ପାଳନରେ କି ଲାଭ ଭାଇ ।


କେବେ କି ଜାଣିବାକୁ ଚେଷ୍ଟା କରିଛ, କାହିଁକି 

କୃଷକ ହୃଦୟ ଜଳୁଛି ନିତି

ହୃଦୟ ଭିତରେ ଅନୁଭବ କରିଛ, ଭୋକିଲା 

ପେଟରେ ଜଳନ୍ତା କ୍ଷୁଧାର ତାତି ।


ଗରବ କରୁଛ ସମସ୍ତେ ସ୍ବର୍ଣ୍ଣ ପ୍ରସୂ ପରା 

ଆମ ଭାରତ 

ସଭ୍ୟତା ସଂସ୍କୃତିରେ ପୃଥିବୀରେ ଏହା 

ଅତି ଉନ୍ନତ ।


ତ୍ୟାଗ କରିଛନ୍ତି ଜୀବନକୁ କେତେ 

ବିପ୍ଳବୀ ଗୁଣୀ ଜନ

ସେହି ରକତେ ହୋଇଛେ ଆମେ 

ସମସ୍ତେ ସ୍ବାଧୀନ ।


ଅନ୍ନ ଦାତା ହେ, ସାଧନା ତୁମର 

ଅଟେ ଶ୍ରମମୟ 

ମାଟିର ସନ୍ତାନ, କରିଥାଅ ଦେଶକୁ 

ସୌରଭମୟ ।


ତୁମର ଏକତା ଏଇ ସୃଷ୍ଟିରେ ଦେଖାଏ 

ମହା ବିସ୍ମୟ

ମାଟି ଭିତରୁ ଆସିବା ଶବ୍ଦ ଝରାଇବ 

ବସନ୍ତ ମଳୟ ।


ଦେଶରେ କେତେ ବୀରତ୍ବ ଗାଥା 

ହୋଇଛି ପ୍ରଜ୍ବଳିତ 

ହୋଇଛି ଦେଶରେ ଶାସନ 

ସମାଜବାଦୀ ଗଣତନ୍ତ୍ର ।


ଲଙ୍ଗଳ ଟେକି କୃଷକ ସର୍ବଦା 

କିଆଁ ଅଛି ଯୁଦ୍ଧ ରତ

କାହିଁକି ଅନ୍ନଦାତା ଶ୍ରମିକର ମନ 

ହୋଇଛି ଜର୍ଜରିତ ।


ଦେଶ ସମ୍ମୁଖୀନ ଘୋର ଦୁର୍ଦ୍ଦିନ 

ଅନ୍ଧକାରରେ

ଦେଶ ଲଜ୍ଜିତ, କରଜକ୍ଲିଷ୍ଟ ଅନ୍ନଦାତା 

ଦିଏ ଫାଶ ଗଳାରେ ।

 

ଦୁଃଖ ସରୁନି, ଯୋଜନା ଉପରେ 

ଯୋଜନା ଚାଲିଛି, 

କ୍ଷମତା ଭୋକରେ ଶାସକ କୃଷକ 

କାନ୍ଧେ ବନ୍ଧୁକ ଥୋଇଛି ।


ଅନ୍ୟାୟ, ଅନୀତି ବିରୁଦ୍ଧେ "ଭାରତ 

ବନ୍ଦ" ଡାକରା

ଅନ୍ନଦାତା, ଦେଶ ମେରୁଦଣ୍ଡ, ଅନ୍ୟାୟ 

ର ପଥ ଜଗିଲାଣି ପରା ।


ଚାଷୀ ଭାଇଙ୍କ ଆଣିଛି ଦୂର୍ଗତି ସରକାରଙ୍କ 

କୃଷି ନୀତିରେ

ଟାଣିଛି ଅନ୍ନଦାତାକୁ ରାଜରାସ୍ତାକୁ, ପକାଇ 

ଧୂଳି ସତ୍ୟ ଆଖିରେ  ।


ଗଡି ଚାଲେ ସମୟ ବର୍ତ୍ତମାନ ମରୀଚିକା 

ପଛେ ଧାଁଇବାରେ 

ଆମେ ହୋଇଛେ ଅଭ୍ୟସ୍ତ ଦୌଡିବା 

ଲକ୍ଷ୍ୟହୀନ ପଥରେ ।


ହାୟ ଏ କି ବିଡମ୍ବନା ବରଷାନ୍ତି ଲାଠି 

କୃଷକ ମଥାରେ 

ଆଉ କେବେ ପୁଣି ଫୁଟେ ବନ୍ଧୁକ ଗୁଳି 

ତାହାରି ଛାତିରେ  ।


ସମସ୍ୟା ଉଠିଲେ ବନ୍ଦ ଡାକରା 

ସମାଧାନ କରି ପାରେ 

ଲୁହ ନୂହେଁ ରକ୍ତ ଝରାଉଛି ମେହେନତ

ଜନତା ରାସ୍ତାଧାରେ ।


ଉଙ୍କି ମାରେ କ୍ଷୀଣ ଆଶା ଦୂର 

ଦିଗ ବଳୟରେ

ଏହି ବନ୍ଦ ଡାକରା ଲେଖି ଯିବ ନୂଆ 

ଦୁନିଆ ଅଲିଭା ଅକ୍ଷରେ ।


Rate this content
Log in

Similar oriya poem from Abstract