ବନାନୀ
ବନାନୀ


ବନାନୀ ଲୋ ବନାନୀ
ସବୁଜ ପଣତେ ତୋର ଲାଜର ଓଢ଼ଣା
ଫଗୁଣ ଦେଇଛି ତୋତେ ଫୁଲର ଗହଣା
ଝରଣା ଓଠରେ ତୋର ଅବୁଝା ରାଗିଣୀ
ବନାନୀ ଲୋ ବନାନୀ ।
ଋତୁ ପରେ ଋତୁ ଆସେ ବଦଳେ ତୋ ବେଶ
ତୋ ଛାଇରେ ହଜି ଯାଏ ସୂରୁଯର ହସ
ମଳୟ ମହକ ମାଖି ରଙ୍ଗ ହାଟ ବସେ
ବଉଦର ସବାରୀରେ ବରଷାତ ଭାସେ
ତୋ ଛନ୍ଦ ରେ ଛନ୍ଦିହୋଇ ନାଚଇ ଶ୍ରାବଣୀ
ବନାନୀ ଲୋ ବନାନୀ ।
ଥୁରୁଥୁରା ଶୀତ ଯେବେ ମାଟିକୁ ଥରାଏ
କୁହୁଡି କାକର ସାଥେ ମିତ ହୋଇ ଯାଏ
ଚଇତି ପବନ କେତେ ହୁଏଲୋ ଫୁଲେଇ
କଅଁଳ ପତର ନିଏ ମନକୁ ଭୁଲେଇ
ଛାତି ତଳେ ଲେଖୁ ମୋର ତୁ ନୂଆ କାହାଣୀ
ବନାନୀ ଲୋ ବନାନୀ ।