STORYMIRROR

DILIP KUMAR SAHOO

Inspirational

4  

DILIP KUMAR SAHOO

Inspirational

ବନାନୀ

ବନାନୀ

1 min
145

       

       ବନାନୀ ଲୋ ବନାନୀ

   ସବୁଜ ପଣତେ ତୋର ଲାଜର ଓଢ଼ଣା

   ଫଗୁଣ ଦେଇଛି ତୋତେ ଫୁଲର ଗହଣା

    ଝରଣା ଓଠରେ ତୋର ଅବୁଝା ରାଗିଣୀ

        ବନାନୀ ଲୋ ବନାନୀ ।


  ଋତୁ ପରେ ଋତୁ ଆସେ ବଦଳେ ତୋ ବେଶ

    ତୋ ଛାଇରେ ହଜି ଯାଏ ସୂରୁଯର ହସ

     ମଳୟ ମହକ ମାଖି ରଙ୍ଗ ହାଟ ବସେ

    ବଉଦର ସବାରୀରେ ବରଷାତ ଭାସେ

   ତୋ ଛନ୍ଦ ରେ ଛନ୍ଦିହୋଇ ନାଚଇ ଶ୍ରାବଣୀ

            ବନାନୀ ଲୋ ବନାନୀ ।


     ଥୁରୁଥୁରା ଶୀତ ଯେବେ ମାଟିକୁ ଥରାଏ

    କୁହୁଡି କାକର ସାଥେ ମିତ ହୋଇ ଯାଏ

   ଚଇତି ପବନ କେତେ ହୁଏଲୋ ଫୁଲେଇ

    କଅଁଳ ପତର ନିଏ ମନକୁ ଭୁଲେଇ

  ଛାତି ତଳେ ଲେଖୁ ମୋର ତୁ ନୂଆ କାହାଣୀ

            ବନାନୀ ଲୋ ବନାନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational