STORYMIRROR

Kunja Bihari Dalai

Comedy

3  

Kunja Bihari Dalai

Comedy

ବଳ ଦେଲା କିଏ ?

ବଳ ଦେଲା କିଏ ?

1 min
157

ଆଷାଢ଼ ମାସର ଏକ ରବିବାର

ନଈରେ ଆସିଛି ବଢ଼ି 

ପୋଲ ପରେ ଥାଇ ବଢି଼ ଦେଖିବାକୁ

ଲୋକଙ୍କର ଭିଡ଼ା ଭିଡି଼ ।


ହଠାତ୍ ପୋଲରୁ ନଈ ଭିତରକୁ

ଲୋକଟିଏ ପଡ଼ିଗଲା 

ରକ୍ଷାକର ରକ୍ଷାକର ଚିତ୍କାର'ତା

ସଭିଙ୍କ କର୍ଣ୍ଣେ ବାଜିଲା ।


ପୋଲ ଉପରର ଜନ ସାଧାରଣ

କି'କରିବା ଭାବୁ ଥାଇ 

କେହି ଜଣେ ବୀର ନଦୀକୁ ଡେଇଁଲା

ଉଦ୍ଧାରିଲା ତାକୁ ଯାଇ ।


ତା'ପାଇଁ ହୋଇଲା ସଭା ଆୟୋଜନ

ସମ୍ବର୍ଦ୍ଧନା ଦେବାପାଇଁ 

ସେ ବାବୁଙ୍କୁ ସସମ୍ମାନେ ଡକା ଗଲା

ମଞ୍ଚାସୀନ ହେଲେ ଯାଇ ।


କେତେ ଯଶୋଗାନ କରାହେଲା ତାଙ୍କ 

ଗଳେ ଫୁଲମାଳ ଦେଇ 

ଜନ ସାଧାରଣ ଅନୁରୋଧ କଲେ

ଉଦବୋଧନ ଦେବା ପାଇଁ ।


ଅଭିଭାଷଣରେ କହିଲେ ସେ ବୀର

ମୁଁ ଥିଲି ଦେଖଣାହାରୀ 

ଏତେ ସମ୍ବର୍ଦ୍ଧନା ପାଇଁ ନୁହେଁ ଯୋଗ୍ୟ

ମୁଁ ତାଙ୍କୁ ନାହିଁ ଉଦ୍ଧାରି ।


ହତବାକ ହୋଇ ଦେଖୁଥିଲି ମୁହିଁ 

ପାଟି ମୋର ପାକୁ ପାକୁ 

ନାତଖାଇ ଗଳି ପଡ଼ିଲି ପାଣିରେ

ବିକଳେ ଧଇଲି ତାକୁ ॥


ପଛରୁ ଯେ ମୋତେ ଆଣ୍ଠୁଆ ମାରିଲା

ଖୋଜୁଅଛି ତାକୁ ମୁହିଁ 

ପ୍ରକୃତ ବୀରତ୍ୱ ଦେଖାଇଛି ସିଏ

ପଛ ପଟୁ ବଳ ଦେଇ ॥



Rate this content
Log in

Similar oriya poem from Comedy