STORYMIRROR

Prabhanjana Tripathy

Inspirational

4  

Prabhanjana Tripathy

Inspirational

ବଳ ଦେଖା

ବଳ ଦେଖା

1 min
324


ଆହୁରି ଅଛିରେ ବେଳ

ଦୀପରେ ସରିନି ତେଲ

ତୋ ଦୀପ ଶିଖା ତେଜ ଅଛି

ଚାଲ ଆଗେ ମାଡି ଚାଲ ll


କିଆଁ ରେ କାହାକୁ ଡର,

ରକ୍ତରେ ଅଛି ଯୋର,

ମାଂସପେଶୀ ଶକ୍ତ ଅଛିରେ

ଆଜିତ ବାବୁ ସମୟ ମିଳୁଛି

ଚାଲିବାର ଜୋର ଧର ll


ଝୁଣ୍ଟି ଯାଆନା ,ଥକି ଯାଆନା

ଆଶା ଭରସା ର ବେଳ

ମିଳିବ ମିଳିବ ନିଶ୍ଚୟ ମିଳିବ

ସମୟକୁ ଦେଇ ତାଳ ll


କେତେ କଷ୍ଟ,ସହିଲୁ ଜୀବନେ

କେତେ ହେଲୁ ଦୁଃଖୀ ସରି

ସୁଖ ଆସିବ ନିଶ୍ଚୟ ଆସିବ

ଏବେ କିପାଁ ଯାଉ ଡରି ll


ମାଡିଚାଲ, ଆସିଲା ବେଳ

ଉତ୍ତେଜିତ୍ କର ଶିଖା

ଦୁର୍ଦିନକୁ ତୋ ଅନ୍ତରେ ଚାପି

ସଂସାରକୁ ବଳ ଦେଖା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational