STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ବିଷୟ ବିଶ ବଳୟୁ କର ତାରଣ

ବିଷୟ ବିଶ ବଳୟୁ କର ତାରଣ

1 min
207


ବନମାଳୀ ବଳିଧ୍ବ°ସୀ ବିଷ୍ଣୁ ବାମନ

ବୈକୁଣ୍ଠ ବିଷ୍ଟରସର୍ବା ବିଶ୍ବ ବନ୍ଦନ

ବିଶ୍ବମ୍ବର ବିଶ୍ବକର୍ତ୍ତା ବିଶ୍ବ ମୋହନ

ବିଷୟ ବିଶ ବଳୟୁ କର ତାରଣ ।।


ଗୋବିନ୍ଦ ଗରୁଡଧ୍ବଜ ଗର୍ବ ଗଞ୍ଜନ

ଜ୍ଞାନେଶ୍ବର ଜ୍ଞାନଦୀପ ଜ୍ଞାନରଞ୍ଜନ

ଗୋପାଳ ଗୋପାଳପ୍ରିୟ ଗୋପ ଚନ୍ଦନ

ଗୋପେଶ୍ବର ଗୋପଙ୍ଗନା ଗୋପୀ ଜୀବନ

ଗଗନେ ପବନ କରେ ଗୁଣ କିର୍ତ୍ତନ

ବିଷୟ ବିଶ ବଳୟୁ କର ତାରଣ ।।


ଚକାଆଖି ଚକାଡୋଳା ଚକାନୟନ

ଚନ୍ଦନ ଚର୍ଚ୍ଚିତ ଚିତ୍ତ ଚିତ୍ତରଞ୍ଜନ

ଚକ୍ରପାଣି ଚିନ୍ତାମଣି ଚିନ୍ତା ମୋଚନ

ଚତୁର୍ଭୁଜ ଚକ୍ରଧର ଚିତ୍ତ ଚିନ୍ତନ

ଚିନ୍ମୟାନନ୍ଦ ଆନନ୍ଦ ଛନ୍ଦା ଚରଣ

ବିଷୟ ବିଶ ବଳୟୁ କର ତାରଣ।।


ଦାମୋଦର ଦୀନବନ୍ଧୁ ଦୈତ୍ୟ ଦଳନ

ଦଇତାରୀ ଦୁଃଖହାରୀ ଦୁଃଖ ନାସନ

ଦୟାନିଧି ଦୟାମୟ ଦୁଖୀ ର ଧନ

ଦିବ୍ୟଜ୍ୟୋତି ଦିବ୍ୟକାନ୍ତି ଦିବ୍ୟ ଲୋଚନ

ଦୟାକର ଦୀନଜନେ ଦିଅ ଦର୍ଶନ

ବିଷୟ ବିଶ ବଳୟୁ କର ତାରଣ ।।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics