STORYMIRROR

Writer Roja Panda

Classics

3  

Writer Roja Panda

Classics

ବିଷ୍ଣୁ ନାମ

ବିଷ୍ଣୁ ନାମ

1 min
301

ଜଗତ ଜନର ନାଥ ହେଲ ବୋଲି 

ନାମ ହେଲା ଜଗନ୍ନାଥ

କ୍ଷୁଧା ନିବାରଣ କରି ସଭିଙ୍କର

ବାଣ୍ଟିଲ ଅଭଡା ଭାତ


ଆଙ୍ଗୁଠିରେ ଗିରି ଟେକିଥିଲ ବୋଲି

ନାମ ଗିରି ଗୋବର୍ଦ୍ଧନ

ସଙ୍କଟୁ ଉଦ୍ଧାରି ଗୋପବାସୀଙ୍କର

କିଣି ନେଇଗଲ ମନ


ନାଭିରୁ ତୁମର ପଦ୍ମ ଜାତ ହେତୁ

ନାମ ଅଟେ ପଦ୍ମନାଭ

ଅନାଥର ତୁମେ ଠିକଣା ପ୍ରଭୁ ହେ

ଅଭାବର ତୁମେ ଭାବ


ଲକ୍ଷ୍ମୀଙ୍କର ସ୍ୱାମୀ ପ୍ରଭୁ ହେ ଗୋସ୍ୱାମୀ

ନାମ ତୁମ ଲକ୍ଷ୍ମୀକାନ୍ତ

ତୁମେ ନିରାମୟ ଅସୀମ,ଅଭୟ

ନାହିଁ ତୁମ ଆଦିଅନ୍ତ


ଅନ୍ତର ବେଦନା ଜାଣୁଅଛ ବୋଲି

ନାମ ନେଲ ଅନ୍ତର୍ଯ୍ୟାମୀ

ଦୁଃଖର ସାଗରୁ ପାରିକର ବୋଲି

ତୁମେ ତ ଜଗତ ସ୍ୱାମୀ


ସହସ୍ର ସୁନ୍ଦର ନାମଧାରୀ ପ୍ରଭୁ

ତୁମେ ତ ଅମୂଲ୍ୟ ସମ

ଲେଖିବାକୁ ନାହିଁ କଲମେ ଶକତି

ମୁହିଁ ତ ଛାର ଅଧମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics