ବିଷଣ୍ଣ ସାୟାହ୍ନ
ବିଷଣ୍ଣ ସାୟାହ୍ନ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଅଭାବରେ ବୁଡି ଭାବର ଲହରୀ
ଛୁଇଁ ପାରଇ କି ବ୍ୟକ୍ତି
ଏକାତ୍ମ ଭାବରେ ସାଧନା ନକଲେ
ପ୍ରକାଶେ କି ଅଭିବ୍ୟକ୍ତି ।
ସ୍ବରିତ ମୋ' ସତ୍ତା ଆତ୍ମା ପ୍ରତିରୂପ
ମୁଖରିତ କିଛି ପଂକ୍ତି
ଅର୍ଥ ବିନୁ ଶବ୍ଦ କାହୁଁ ବା ପାଇବ
ଭାବ ସଞ୍ଚରଣେ ଶକ୍ତି ।
ବାଣୀପଦରଜେ ସକ୍ତି
ଶବ୍ଦମୟ ଭାବେ ଭାଷା ତ ସମୃଦ୍ଧ
ଅକ୍ଷରେ ମୋ' ଅନୁରକ୍ତି ।
ଲିପିଚିତ୍ର ଧାରେ ସୃଷ୍ଟ କଳାମୟ
ସମ୍ବେଦନଶୀଳ କାନ୍ତି
ବାଣୀ ବରଦାନେ ସୌନ୍ଦର୍ଯ୍ୟ ମଣ୍ଡନେ
ଅନାହତ ଦିବ୍ୟ ଶାନ୍ତି।
ଆଶାର ବିଭାତ ମନକୋଷୁ ହରେ
ବିଷଣ୍ଣ ସାୟାହ୍ନେ କ୍ଳାନ୍ତି
ଭାରତୀ ଝଙ୍କାରେ ଉରତନ୍ତ୍ରୀ ଜାଗେ
ବିସ୍ମରଇ ଶ୍ରମଶ୍ରାନ୍ତି ।
କି କାରଣେ ଆଉ ଭ୍ରାନ୍ତି
ଅର୍ଥତତ୍ତ୍ବେ ବ୍ୟାପ୍ତ ଶବ୍ଦରୁ ହିଁ ପ୍ରାପ୍ତ
ମୁନିଜନୋଚିତ କ୍ଷାନ୍ତି ।