STORYMIRROR

Prasanta kumar Hota

Inspirational

3  

Prasanta kumar Hota

Inspirational

ବିଷାଦର ବିଷ

ବିଷାଦର ବିଷ

1 min
14.3K


ବିଷାଦର ବିଷ ସ୍ଵଭାବେ ବିରସ

କେହି ନଦିଅନ୍ତି ପାଶ

ଟିକେ ଟିକେ ହସ ସ୍ଵଭାବେ ସରସ

ଅବନ୍ଧୁ ବି କହେ ବସ…

ବିଷାଦ ବଢିଲେ ହୃଦୟ ଦାହିଲେ

ଖୋଲି ହୁଏ ନାହିଁ ହସ

ବିଷାଦକୁ ଧିରେ ମନରୁ କାଢିଲେ

ଆସେ ପୁଣି ସ୍ମିତ ହାସ୍ୟ…

କେତେ ଉଲ୍ଲାସରେ ମନଟି ମହକେ

ମନ ଥିଲେ ରସ ରସ

ସେ ମନ ରସରେ ଭାବକୁ ଗ୍ରାହିଲେ

ସ୍ମିତ ହସେ ଭାବାବେଶ…

ସ୍ମିତ ହସ ମାତ୍ର ସ୍ମିତ ଧାରଟିଏ

କେତେ ମନ ଛୁଇଁ ଯାଏ

ମନ ତୃପ୍ତି ଯାର ଆହ୍ଲାଦ ତାହାର

ସ୍ମିତ ହସେ ଶୋଭା ପାଏ…

ଆମୋଦ ପ୍ରମୋଦ ନୁହଁଇ କାରଣ

ଅବା ନିଜ ଦମ୍ଭ ମାନ

ପାଇବାକୁ ହେଲେ ସେଇ ସ୍ମିତହାସ୍ୟ

ନମ୍ରତାରେ ହୁଅ ନ୍ୟୁନ…

ନ୍ୟୁନତା ବରଣ ନୁହେଁ ଅକାରଣ

ନ୍ୟୁନତାରେ ଉଚ୍ଚ ମାନ

ଉଚ୍ଚ ହୋଇ ଯେବେ ନ୍ୟୁନତାରେ ରହେ

ହସତା ସରସ ସ୍ନାନ……

ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational