STORYMIRROR

Pareshchandra Das

Abstract

2  

Pareshchandra Das

Abstract

ବିସ୍ମୟ ଚିହ୍ନ !!!!!

ବିସ୍ମୟ ଚିହ୍ନ !!!!!

1 min
228

ବେଳେ ବେଳେ

ବିରାମ ଚିହ୍ନ ମାନ

ହନ୍ତସନ୍ତ କରେ ତ

ପୁଣି

ପୂର୍ଣ୍ଣଚ୍ଛେଦ ବି

ବିଷର୍ଣ୍ଣ ତାରେ

ଛାଇ ଦିଏ

ସାରା ଆକାଶ କୁ

ଜୀବନ ର

ଏ ଲମ୍ବା ଜଟିଳ

ବାକ୍ୟରେ 

କେତେ ଯେ

ଚିହ୍ନ ର ଚିହ୍ନ

କେବେ କେବେ

ସମସ୍ତେ ଆଶ୍ଚର୍ଯ୍ୟ ଚିହ୍ନ

ସାଜି ଯାନ୍ତି

କିଏ ବି କାହାପାଇଁ

ସାଜି ଯାଏ

ପ୍ରଶ୍ନ ଚିହ୍ନ

ସାରାଟି ଜୀବନ

ଯେମିତି ତୁମ ପାଇଁ ମୁଁ

ଆଉ ମୋ ପାଇଁ ତମେ

ଏଥିରେ ବି 

ଆଶ୍ଚର୍ଯ୍ୟ ଚିହ୍ନ ବସେ,

ସେ ପାଗଳ ବି କରେ

ପୁଣି ଯେଉଁ ଅବୁଝା କୁ

ସେଇ ଅବୁଝା

ସମାପ୍ତି ସୂଚକ କ୍ରିୟା କୁ

ଆଉ କେତେ ବାଟ

ପୂର୍ଣ୍ଣଚ୍ଛେଦ ପରା

ଅନେଇ ବସିଛି

ହେଲେ ତୁମର

ସେ କେଇ ପଦ

କଥାକୁ

ମୁଁ ରଖି ଦେଇଛି

ବନ୍ଧନୀ ମଧ୍ୟରେ

ଅଙ୍କ କଷା ଜୀବନରେ

ଆଜି କେବଳ

ନିରୀକ୍ଷଣ କରୁଛି

ସମାନ ଆଉ

ସମାନ୍ତର ମଧ୍ୟରେ

ପାର୍ଥକ୍ୟ କୁ

ଏଇତ ଜୀବନ

କେବେ ଲୋଡ଼ା

କେବେ

ଅଲୋଡ଼ା

କେବେ ନଈ

ଦୁଇ ଧାର,

କେବେ

ମୁହାଣ ର

ଚକା ଭଉଁରୀ

ସବୁ ପରା ଆଜି

ମୋ ପାଇଁ

ବିସ୍ମୟ ଚିହ୍ନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract