ବିଶ୍ଳେଷଣ (୧୭)
ବିଶ୍ଳେଷଣ (୧୭)
ଚନ୍ଦ୍ରସେଣା ଜାଣେ ନାହିଁ
ମୋହ, ମାୟା, ଛନ୍ଦ କି କପଟ
ଚୋରି ନାରୀ ପରକୀୟା ପ୍ରୀତି କି ଲମ୍ପଟ ।
ସେ ତ ସାଧା ସିଧା ସରଳ ମଣିଷ
ରାଇ ତାର ଧର୍ମ ପତ୍ନୀ, ଅର୍ଦ୍ଧାଙ୍ଗିନୀ
ସୁଖେ ଦୁଃଖେ ତାକୁଇ ବିଶ୍ବାସ ।
ଗୋପ ଦାଣ୍ଡେ ଡିଣ୍ଡିମ ବାଜୁଛି
ଚନ୍ଦ୍ରସେଣା ନଂପୁଷକ ବୋଲି
ରାଇ କାଳେ ଶ୍ୟାମ ସାଥେ
ପ୍ରୀତିରେ ମଜ୍ଜିଛି ।
ସୁଦୁ ଡାହା ମିଛ
ରାଇ ତାର ସତୀ ନାରୀ
ସୀତା ଅବତାର
ସେ ବି ତ ନୁହେଁ ନଂପୁଷକ ।
ସବୁ ଡାହା ମିଛ ।
ଶ୍ୟାମ ତାର ଭଗ୍ନି ପୁତ୍ର
ରସରାଜ ରତିରେ ପବିତ୍ର ।
ସେ ଖାଲି ଏତିକି ଜାଣିଛି
ସାଗର ମନ୍ଥନ ବେଳେ
ଜହର, ଅମୃତ ଦି'ଟା ମିଳିଛି ।
ଚନ୍ଦ୍ରର କଳଙ୍କ ଅଛି ବୋଲି
ସୁନ୍ଦର ଦିଶୁଛି
ବୁଝାମଣାର ନିର୍ଭୁଲ ପରିଧି ହିଁ
ପ୍ରକୃତ ସୁଖର ଚାବିକାଠି ।