STORYMIRROR

Sudhir Kumar Panda

Abstract

3  

Sudhir Kumar Panda

Abstract

ବିଶ୍ବ ବିଜୟ

ବିଶ୍ବ ବିଜୟ

1 min
11.6K

ମାଟି ପାଣି ପବନ ଓ ଆଲୋକ ଉତ୍ତାପ

ତା ମଧ୍ୟରୁ ଜନ୍ମ ନେଲା ଜୀବନର ଛାପ।

ଏକକୋଷୁ ଦୁଇକୋଷ ଦୁଇରୁ ହଜାର

ଏହି ଭାବେ ବଢିଗଲା ଆକାର ଜୀବର।

ଜଳୁ ସ୍ଥଳ ସ୍ଥଳୁ ବ୍ୟୋମ କାୟା ବ୍ୟାପ୍ତ ହେଲା

କୀଟ ସରୀସୃପ ପକ୍ଷୀ ମଣିଷ ହୋଇଲା।

ମଣିଷ ହୋଇଲା ସେ ତ ନାନା କିସମର

ବୁଦ୍ଧି ବୃତ୍ତି ଗୁଣ ରଙ୍ଗ ପ୍ରକାର ପ୍ରକାର।

ଉନ୍ନତିର ସୋପାନରେ ଜିଣି ଦେଶୁ ଦେଶ

କଳ କାରଖାନା କରି କରିଲା ବିକାଶ।

ବିକାଶର ମଦ ମତ୍ତେ ଭୂଲିଲା ନିଜକୁ

ପୃଥିବୀର କ୍ଷତି କରି ହାଣିଲା ଗୋଡକୁ।

ପୃଥିବୀର ଯତ୍ନ ନେଲେ ଜୀବନଟି ସିନା

ନିଜକୁ ଜିଣିଲେ ବିଶ୍ବେ ଉଡାଇବା ବାନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract