Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

4  

Jagannath Das

Inspirational

ବିଶ୍ୱକର୍ମାଙ୍କୁ ପ୍ରାର୍ଥନା

ବିଶ୍ୱକର୍ମାଙ୍କୁ ପ୍ରାର୍ଥନା

1 min
404



ବିଶ୍ୱ କର୍ମା ଦେବ ମୋର

ତୁମେ ମୋହର ପ୍ରାଣର

ମୁକୁଳାମନ୍ଦିରେମୋପ୍ରିୟଦେବତା


ମୋର ମନ ବନାନୀର

ନିଦ ହଜା ସପନ ର

ଅଭୁଲା ଭକତିର ପ୍ରୀତି ମମତା..


ତୁମେ ମୋର ହୃଦୟ ର

ଶାନ୍ତି ମୁକତି ମନ୍ଦିର

ଅନ୍ତର୍ଯ୍ୟାମୀଭଗବାନ ହେ ଈଶ୍ୱର


ଦୀନତାକୁ ବହି ମୋର

କରୁଅଛି ଦିନପାତ

ହେଦୀନପତିମୋତେକରୁଣାକର


ଜୀବନ ସମସ୍ୟା ନଦୀ

ପାରିବି କେମିତି ଭେଦି

ନାଵଦିଅ ହେମୋତେସୃଷ୍ଟିପୁରୁଷ


ମଣିବି ମୁଁ ଆପଣାକୁ

ମଣି ବଣିକ ର ଭଳି

ପିଉ ଥିବି ନିତ୍ୟରଶ ତତ୍ତ୍ୱ ପୁରୁଷ


କୋଟିଏ ତାରା ର ରୂପେ

ତଵ ନୟନ ରେ ନାଥ

ଚାହିଁଛି ନିତି ନିଶାଗଗନ ଭରି


ଏ ଦୀନ ର ଅଙ୍ଗନରୁ

କେତେ ଦୁର ନଭେ ଚାହିଁ

ନମୁଛି ଘନ ଘନ ପୁଲକେ ଥରି


ତଵ ପରଶ କୁ ନେଇ

ଚାନ୍ଦିନୀ ଯାଉଛି ଛୁଇଁ

ସପନେ ଚକିତେମୁଁ ଉଠୁଛି ବସି


ବ୍ୟଥିତ ର ହର ବ୍ୟଥା

ଏ ପରାଣେ ଦହନତା

ପ୍ରଣିପାତ ନିଅ ହେ ଭୁବନେଆସି ll



Rate this content
Log in

Similar oriya poem from Inspirational