Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Inspirational

4  

Geetanjali Prusty

Inspirational

ବିଶ୍ୱ ଜଳ ଦିବସ

ବିଶ୍ୱ ଜଳ ଦିବସ

1 min
307



ସାରା ବିଶ୍ୱ ଆଜି ପାଳୁଛି ଉଲ୍ଲାସେ

ଜଳ ଦିବସ ଉତ୍ସବ

ଜଳ ବିନା ସୃଷ୍ଟି ନୁହଁଇ ସମ୍ଭବ

ଏତ ପ୍ରାଣୀଙ୍କର ଭାବ l


କ୍ଷୁଧା ତୃଷ୍ଣା ଅଟେ ମୌଳିକ ଚାହିଦା

ଜୀବନ ରକ୍ଷଣ ପାଇଁ

ସାଇତିବା ତାକୁ ସଯତ୍ନେ ସରବେ

ଥିବ କାଳ କାଳ ରହି l


ପିୟୁଷ ପରାଏ ଜଳଧାର ଟିକୁ

ନଷ୍ଟ କରିଦେଲେ ବାରେ

କୋଟି ତପୋବଳେ ମିଳିବନି ଆଉ

ପୁଣ୍ୟ ଏହି ଧରା ପରେ l


ଜଳ ହିଁ ଜୀବନ ଦୁର୍ମୁଲ୍ୟ ସ୍ଲୋଗାନ

ଭୁଲିବାନି କେହି କେବେ

ମାର୍ଚ୍ଚ ବାଇଶି ଜଳ ଦିବସରେ

ସଚେତନ ହେବା ସର୍ବେ l


ପ୍ରକୃତି ମାଆର ଆଶୀର୍ବାଦ ବଳେ

ମାଟି ତଳେ ଜଳ ସ୍ତର

ପ୍ରାଣୀ ଜଗତର ଜୀବନ ପ୍ରବାହେ

ଚାଲି ଅଛି ହୋଇ ଧିର l


ବୃଷ୍ଟି ଜଳ ବୁନ୍ଦା କରି ସଂରକ୍ଷଣ

ଲଗାଇବା ବହୁ କାମେ

ଘରୁ ନିଷ୍କାସିତ ବର୍ଯ୍ୟ ଜଳରାଶି

ମଡ଼ାଇ ଦେବା ଉଦ୍ୟାନେ l


ଲୁଣି ପାଣି ସିନା ଭରି ରହିଅଛି

 ଅର୍ଦ୍ଧାଧିକ ଭୂମି ପରେ

ମଧୁର ଜଳର ମାତ୍ରା ସ୍ୱଳ୍ପ ମାତ୍ର

ଦୁର୍ଲ୍ଲଭ ଏ ପୃଥିବୀରେ l


ପାନୀୟ ଜଳର ଉତ୍କଟ ଅଭାବ

ଆଭ୍ୟନ୍ତର ଓଡ଼ିଶାରେ

କେତେ ଅଭିଯୋଗ ବାଢ଼ନ୍ତି ଆକୁଳେ

ପ୍ରଶାସନ ସମ୍ମୁଖରେ l


ଉପକୂଳ ଜିଲ୍ଲା ପାଏ ସ୍ୱଚ୍ଛ ଜଳ

ଈଶ୍ୱରଙ୍କ ଆଶୀର୍ବାଦ

କରନାହିଁ ତାକୁ ଟୋପାଏ ବି ନଷ୍ଟ

ସଂକଳ୍ପ ଟି କର ହୃଦେ l



Rate this content
Log in

Similar oriya poem from Inspirational