STORYMIRROR

Mamatamanjari Das

Classics

3  

Mamatamanjari Das

Classics

ବିଶ୍ୱ ଐତିହ୍ୟ କୋଣାର୍କ

ବିଶ୍ୱ ଐତିହ୍ୟ କୋଣାର୍କ

1 min
431

ନଗ୍ନ ନୁହଁଇ ଭଗ୍ନ କୋଣାର୍କ

ସେଯେ ପରିଚୟ ଓଡ଼ିଶାର

ନିହାଣ ମୁନରେ ନିଖୁଣ ଭାବରେ

ତାକୁ ଗଢିଅଛି ଆମ ଓଡ଼ିଶାର କାରିଗର


ଭଗ୍ନ କହି ନିନ୍ଦା କରନାହିଁ

ଆମ ଓଡିଶା ଐତିହ୍ୟ ର

ସେ ଭଗ୍ନ କୋଣାର୍କ ସୃଷ୍ଟି କରିଛି

ପରିଚୟ ଆମ ଏହି ବିଶ୍ୱ ଦରବାରେ


ତାର କାରୁକାର୍ଯ୍ୟ ଦେଖିବା ପାଇଁ

ଦୂର ଦୂରାନ୍ତରୁ ପର୍ଯ୍ୟଟକ ଛୁଟି ଆସେ

ଓଡ଼ିଆ ଜାତିର କାରୁକାର୍ଯ୍ୟ

ନିହାଣ ମୂନରେ ଅତି ଯତନରେ

ଶିଳ୍ପୀ ଫୁଟାଇଛି ତାର କାନ୍ଥେ


ଧନ୍ୟ ତୁମେ ହୋ ବାରଶହ ବଢେଇ

ତୁମେ ଏ ଜାତିର କିର୍ତ୍ତୀ ସ୍ତମ୍ବ

ତୁମ ନିହାଣରେ ଖୋଦେଇ କରିଛ

ବିଶ୍ୱ ବିଦିତ କୋଣାର୍କ ର ମାନଦଣ୍ଡ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics