ବିଶ୍ୱ ଐତିହ୍ୟ କୋଣାର୍କ
ବିଶ୍ୱ ଐତିହ୍ୟ କୋଣାର୍କ
ନଗ୍ନ ନୁହଁଇ ଭଗ୍ନ କୋଣାର୍କ
ସେଯେ ପରିଚୟ ଓଡ଼ିଶାର
ନିହାଣ ମୁନରେ ନିଖୁଣ ଭାବରେ
ତାକୁ ଗଢିଅଛି ଆମ ଓଡ଼ିଶାର କାରିଗର
ଭଗ୍ନ କହି ନିନ୍ଦା କରନାହିଁ
ଆମ ଓଡିଶା ଐତିହ୍ୟ ର
ସେ ଭଗ୍ନ କୋଣାର୍କ ସୃଷ୍ଟି କରିଛି
ପରିଚୟ ଆମ ଏହି ବିଶ୍ୱ ଦରବାରେ
ତାର କାରୁକାର୍ଯ୍ୟ ଦେଖିବା ପାଇଁ
ଦୂର ଦୂରାନ୍ତରୁ ପର୍ଯ୍ୟଟକ ଛୁଟି ଆସେ
ଓଡ଼ିଆ ଜାତିର କାରୁକାର୍ଯ୍ୟ
ନିହାଣ ମୂନରେ ଅତି ଯତନରେ
ଶିଳ୍ପୀ ଫୁଟାଇଛି ତାର କାନ୍ଥେ
ଧନ୍ୟ ତୁମେ ହୋ ବାରଶହ ବଢେଇ
ତୁମେ ଏ ଜାତିର କିର୍ତ୍ତୀ ସ୍ତମ୍ବ
ତୁମ ନିହାଣରେ ଖୋଦେଇ କରିଛ
ବିଶ୍ୱ ବିଦିତ କୋଣାର୍କ ର ମାନଦଣ୍ଡ
