STORYMIRROR

Anuja Behera

Romance Others

3  

Anuja Behera

Romance Others

ବିଶ୍ୱାସ ଘାତକ

ବିଶ୍ୱାସ ଘାତକ

1 min
232


ଏମିତି ବର୍ଷ ବର୍ଷ ଧରି ମିଥ୍ୟା ପ୍ରତିଶ୍ରୁତିର ମାନେ କଣ ଥାଏ

ଯେଉଁଠି ଦେହର ଉତ୍କଣ୍ଠାକୁ ଉପେକ୍ଷା ନକରି

କେଇଟା ମୁହୂର୍ତ୍ତରେ କାମନା ଆଗରେ

ଅନାବିଳ ଭଲପାଇବାଟା ବନ୍ଧାପଡିଯିଏ.....


ଏମିତି ପାଗଳାମି ମନର ମାନେ କଣ ଥାଏ

ଯେଉଁଠି ଭପାଇବାର ଦ୍ବାହିଦେଇ ଜିଅନ୍ତା ଶବ ପାଲଟି 

 ସେଇ ପ୍ରେମର ଜୁଇ ଉପରେ ତିଳ ତିଳ ହୋଇ 

ଜଳିବାକୁ ବାଧ୍ୟ କରେ....


ଏମିତି ଦରଦି ହୃଦୟର ମାନେ କଣଥାଏ

ଯେଉଁଠି ଛଳନା ଓ ପ୍ରତାରଣା ର ବୋଝ ମୁଣ୍ଡରେ ମୁଣ୍ଡେଇ 

ବଞ୍ଚିବାକୁ ହୁଏ....


ଏମିତି ତୁଛା ସପନର ମାନେ କଣଥାଏ

ଯେଉଁଠି ଭଲପାଇବାର ବାଲିର ତାଜମହଲ ଗଢି 

ପୁଣି ଭାଙ୍ଗି ଦିଆଯାଏ...


ଏମିତି ହଜାରେ ଅଭୁଲା ସୃତିର ମାନେ କଣ ଥାଏ

ଯେଉଁଠି ସୃତିର ଆସର ଭିତରେ

ଦରଦି ମନର ଆଶାଟା ମଉଳିଯାଏ....


ଏମିତି ଭଲପାଇବାରେ ମାନେ କଣଥାଏ

ଯେଉଁଠି ପ୍ରତାରଣାର ଦୁଃଖକୁ ଛାତିରେ ଚାପିରଖି

ଅବଞ୍ଚିତ ଭାବରେ ଶୁଖିଲା କାଠପରି ଦୁନିଆ ଦାଣ୍ଡରେ ବଞ୍ଚିବାକୁ ହୁଏ...


ଏମିତି ଭଲପାଇବାର ବିଶ୍ୱାସର ମଞ୍ଜି ପୋତିବାର ମାନେ କଣଥାଏ

ଯେଉଁଠି ବିଶ୍ବାସ ଘାତକର ବୃହତ ବୃକ୍ଷଟିଏ ଠିଆ ହୋଇଯାଏ ..

ଆଉ ବିଶ୍ୱାସର ସବୁତଟ ଲୁହ ଲହଙ ହୋଇ ବୁନ୍ଦା ବୁନ୍ଦା

ନିରିହ ଆଖିରୁ ଢଳିପଡେ...।




Rate this content
Log in

Similar oriya poem from Romance