STORYMIRROR

Hrushikesh Satpathy

Inspirational

3  

Hrushikesh Satpathy

Inspirational

ବିରଳ ମଣିଷ

ବିରଳ ମଣିଷ

1 min
13.2K


ମଣିଷ ପଣିଆ ମୂଲ ବୁଝିବାକୁ

     ବିରଳ ମଣିଷ ଖୋଜା ଚାଲିଛି।

ଖୋଜୁ ଖୋଜୁ ନିଜ ଆଖି ସାମାନାରେ

     ଭଲ ମଣିଷଟେ ମିଳି ଯାଇଛି।

ଛିଣ୍ଡା କନା ଖଣ୍ଡେ ଦେହକୁ ଢାଙ୍କିଛି

     ଆଖିର ଲୁହ ଯେ ଶୁଖି ଯାଇଛି।

ଭଙ୍ଗା ମନ ନେଇ ଭଲ ମଣିଷ ଟି

     ମନ୍ଦିର ଆଗରେ ହାତ ପାତିଛି।

ମୁଁ କହିଲି ଭାଇ,ଏଇଠି କାହିଁକି

     ଭୋକରେ ଶୋଷରେ ପଡ଼ି ରହିଛ !

"ଠାକୁର ପାଖରୁ ଲେଉଟା କ୍ଷୀରକୁ

     ପାଇବା ଆଶାରେ ପୋତିଛି ଗଛ।"

କେମିତି ଜାଣିଲ କ୍ଷୀର ଦେବା ଲୋକ

     ଭଲ ମଣିଷଟେ ତୁମ ଆଖିରେ ?

"ନହେଉ ସେ ଭଲ, ବଞ୍ଚି ତ ମୁଁ ଯିବି

     ଆଜି ଦିନଟିଏ ସୁରୁଖୁରୁରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational