STORYMIRROR

Ghanashyam Jena

Inspirational

4  

Ghanashyam Jena

Inspirational

ବିରଳ ମାନବ ଜୀବନ

ବିରଳ ମାନବ ଜୀବନ

1 min
413


  ବିରଳ ମାନବ ଜୀବନ, ସମ ନାହିଁ ଭୂତଳେ

  ଲଭିଛି ଦୁର୍ଲଭ ଜୀବନ,କେଉଁ ପୁଣ୍ୟର ବଳେ।୧।

  ମାନବଠାରେ ଦିବ୍ୟଜ୍ଞାନ,ଦେଖି ଶ୍ରୀନାରାୟଣ

  ଅତି ଆନନ୍ଦିତ ହୋଇଲେ ପ୍ରଭୁ ଜଗଜୀବନ।୨।

  ଦେଇଛ ଜନମ ଜଗତେ, ଜଗତର ଠାକୁର,

  ଜଗତ ମଙ୍ଗଳ କାରଣେ, ଯାଉ ଜୀବନ ମୋର।୩।

  ସଦା ସଦଚିନ୍ତା ଭାବନା ଦିଅ ହୃଦରେ ଭରି

  ସତ୍ ପଥେ ସଦା ଚଲାଅ, ସେକଥା ଅନୁସରି।୪।

  ଦୁଃଖୀ ଦରିଦ୍ରଙ୍କ ସେବାରେ ଯାଉ ଜୀବନ ମୋର

  ପର ଉପକାରେ ପିରତି ଭର ମୋର ମନର।୫।

  ସତ୍ୟ,ଶାନ୍ତି,ଦୟା, କ୍ଷମାର ଗୁଣେ ହୋଇ ଭୂଷଣ

  ବୃକ୍ଷ ଲତା, ଜୀବଜନ୍ତୁଙ୍କ, ହିତ କରେ ଚିନ୍ତନ।୬।

  ଜଳ,ସ୍ଥଳ,ବାୟୁ,ଗଗନ, ତେଜ ତୁମରି ଦାନ

  ତାହାରି ବଳରେ ସୁଗମ ହୁଏ ସବୁ ଜୀବନ।୭।

  ଦୁଃଖେ ସୁଖେ ସମ ରହିବି ସ୍ଥିର କରିଣ ମତି

  ଏତିକି ମିନତି କରଇ, ଆହେ ଜଗତ ପତି।୮।

  ଲୋଭ ମୋହ ମାୟା ବନ୍ଧନୁ,ସଦା କର ମୁକତ

  ଭାବେ ଭବ ସିନ୍ଧୁ ତରିବି,ଭବେ ଭାବି ନିରତ।୯।

  ଅନେକ ଜନ୍ମ ତପଫଳେ, କେଉଁ ପୁଣ୍ୟର ବଳେ

  ଦେଇଛ ମାନବ ଜୀବନ ସମ ନାହିଁ ଭୂତଳେ।୧୦।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational