ବିରାଜ ପ୍ରଭୁ ହେ
ବିରାଜ ପ୍ରଭୁ ହେ
ହୃଦୟ ମନ୍ଦିରେ ବିରାଜ ପ୍ରଭୁ ହେ
ମୋ ଅନ୍ତରାଳେ ରହି,
ରାଗ ହିଂସା ଦ୍ଵେଷ ହରି ନିଅ ହରି
ସ୍ନେହ ଶ୍ରଦ୍ଧା ଭରି ଦେଇ।
କେଡ଼େ ମଧୁମୟ ବୈକୁଣ୍ଠ ଧାମେ
କରିଛ ମୋତେ ତ ସୃଷ୍ଟି,
କରି ସତକର୍ମ ଧରି ତବ ନାମ
ଜୀବନ ଯାଉ ମୋ କଟି।
କରିଥିବି ଯଦି କିଛି ମହତ କର୍ମ
ହେବ ମୋ ଶେଷ ଆସରା,
ଆତ୍ମା ନିଶ୍ଚେ ଶାନ୍ତି ପାଇବ ମୋହର
ସବୁଠି ଆଦର ମିଳିବ ପରା ।