Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

ବିପ୍ଳବୀ ବିର୍ସାମୁଣ୍ଡା

ବିପ୍ଳବୀ ବିର୍ସାମୁଣ୍ଡା

1 min
117



ଦେଶ ପ୍ରେମ ପ୍ରୀତି ଗୁଞ୍ଜୁ ଥିଲା ହୃଦେ 

ହେ ବିପ୍ଳବୀ ବିର୍ସା ମୁଣ୍ଡା 

ଜନ୍ମଦିନ ଆଜି କୋଟି ପ୍ରଣିପାତ 

ରାଷ୍ଟ୍ରେ ରାବ ମୁଣ୍ଡ ମୁଣ୍ଡ !!


କାହିଁକି ନ ହେବ ରାଷ୍ଟ୍ରହିତେକାର୍ଯ୍ୟ 

ମାତୃଭୂମି ସୁରକ୍ଷା ରେ

ପରାଧୀନ କଷ୍ଟ ଭାରତ ମାତାର

ସହିବ କି ବିପ୍ଳବୀ ରେ!!


ଇଂରାଜୀ ଶାସନ ବିରୁଦ୍ଧରେ ବୀର

କରିଥିଲେ ପରାକ୍ରମ

ତାଙ୍କ କୀର୍ତ୍ତି ସ୍ମୃତି ଭୁଲି କି ପାରିବା

ବିପ୍ଳବୀ ଗୌରବ ଆମ !!


ଅଟେ ଜନଜାତି ଗୌରବ ଦିବସ

ଜନ୍ମ ଜୟନ୍ତୀ ବିର୍ସା ଙ୍କ

ସ୍ବତନ୍ତ୍ର ସେନାନୀ ମ୍ୟୁଜିଅମ୍ ରାଞ୍ଚି

ସଜ୍ଜିତ ଭକ୍ତି ଉମଙ୍ଗ !!


ଦେଲେ ଶ୍ରଦ୍ଧାଞ୍ଜଳି ଦେଶର ପ୍ରଧାନ 

ବିପ୍ଳବୀ ର ଚରଣରେ 

ଗର୍ବିତ ଟି ଆଜି ରାଜ୍ୟର ଜନତା

ଖୁସି ଟି ଝାଡ଼ଖଣ୍ଡରେ !!


ଉଲିହାତୁ ଗାଆଁ ବିର୍ସା ଜନ୍ମଭୂମି

ଦେବେ ଶ୍ରଦ୍ଧାଞ୍ଜଳି ପୁଣି 

ଚବିଶ ହଜାର କୋଟିର ଘୋଷଣା 

କରିବେ ପ୍ରଧାନ ଜାଣି !!


ବିପ୍ଳବୀ ଜୟନ୍ତୀ ପାଳିତ ରାଷ୍ଟ୍ରରେ

ଅର୍ପଣ ଭକ୍ତି ସୁମନ

ଅମୃତ କାଳରେ ଗୁଞ୍ଜୁଛି ଗୌରବ

ନୂଆ ଏ ଦେଶ ସମ୍ମାନ !!


ଭକ୍ତିମୟ ଆଜି ଝାଡ଼ଖଣ୍ଡ ଭୂଇଁ

ସ୍ମୃତି ଯହୁଁ ଅଙ୍କୁରିତ

ଅଭୁଲା ବୀରତ୍ୱ ଜାଣିଲା ଟି ବିଶ୍ବ 

ଗର୍ବିତ ତହୁଁ ଭାରତ !!


ନୂଆ ଇତିହାସ ହେଉଛି ରଚନା

ଆଜି ନୂଆ ଭାରତରେ

ନୂଆନୂଆକୀର୍ତ୍ତି ଗୁଞ୍ଜୁଛି ରାଷ୍ଟ୍ରର

ସମଭାବ ଶାସନରେ !!


ଆଶା ଅଭିଳାଷ ସାକାର ହେଉଛି

ଆନନ୍ଦିତ  ଜନଜନ

ଗରିବ କଲ୍ୟାଣ ରାଷ୍ଟ୍ର ମୂଳ ମନ୍ତ୍ର

ବ୍ୟତୀତ ଉଲ୍ଲାସେ ଦିନ !!




Rate this content
Log in

Similar oriya poem from Abstract