ବିନତୀ
ବିନତୀ
ଶଶାଙ୍କ ଶେଖର ରାୟ
ଲୋଡାନାହିଁ ଧନ ଜନ ମାନ
ଆଶିଷ କରୁଣାର ଜଳଧାରା
ଢାଳିଦିଅ ମୋ ମଥାରେ
ତୁମ ନାମ ଗୁଣ କରି ସଂକିର୍ତ୍ତନ
ଜୀବନଟା ସରିଯାଉ
ଏମିତି ପଞ୍ଚତ୍ଵ ପ୍ରାପ୍ତିରେ ।
ଯେତିକି ଦେଇଛ ତୁମେ
ସଜାଡି ରଖି ମୁଁ ପାରୁନି ତାକୁ
ଅଧିକ ଆଶା ନାହିଁ ମୋ ମନେ
ଶାନ୍ତିର ମଳୟ ବହୁଥାଉ ସଦା
ମୋ ଜୀବନ ନଈକୂଳେ
ହସିବାକୁ ଶକ୍ତିଦିଅ ଥିଲେ ମୁଁ ଦୁଃଖରେ ।
ପେଟ ପୁରୁ କି ନ ପୁରୁ
ମହକୁଥାଉ ଅମୃତର ମହମହ ବାସ୍ନା
ଶାଗ ଖୁଦଜାଉ ଵାସିତୋରାଣୀରେ
ଏତିକି ବିନତୀ ତୁମରି ପାଶେ
ତୁମ ପାଦ ପଡୁ ଥରେ
ଗୋବରଲିପା ଝୋଟି ମୂରୁଜବୁଣା ମୋ ଅଗଣାରେ ।
ମୋ - ୭୩୭୭୧୯୭୯୯୯
ବଟରପଡା ଭାମଣ୍ଡା ରାଜକନିକା କେନ୍ଦ୍ରାପଡା
