STORYMIRROR

Bidyadhar Mantry

Abstract Others

4  

Bidyadhar Mantry

Abstract Others

ବିନାଶ୍ରୟେ କବିତା ବନିତା ଲତା

ବିନାଶ୍ରୟେ କବିତା ବନିତା ଲତା

2 mins
60


କବିର କଳ୍ପନାରେ ଚାତ୍ତୁରୀ

ପଦରେ ପଦ ଯୋଡ଼ି ଭାବାର୍ଥ ର ସୃଷ୍ଟି

ଶ୍ରୁତି ମଧୁର, ରସସିକ୍ତ ଓ ବୋଧଗମ୍ୟ

କବିତାର ବିଷୟ ବସ୍ତୁ ସହିତ ଜଡ଼ିତ

ଅନ୍ୟ ପକ୍ଷରେ ପାଠକ ମହଲରେ ଆଦୃତ

କବି ପରିଚୟ ଓ ମାନ୍ୟତା ର ମାନଦଣ୍ଡ


କବି ନିଜ ସ୍ଵିକୋରୋକ୍ତି ମାଧ୍ୟମରେ

କବିତାରେ ଛାପ ସହିତ ସମାଜକୁ ବାର୍ତ୍ତା

ଦୁର୍ବଳ ମାନସିକତା ସମ୍ପନ୍ନ କବି

ଚରିତ୍ର ମାନଙ୍କୁ ବି ଦୁର୍ବଳତା ଆଖ୍ୟା

କବିତା ଦୁର୍ବଳ,ବନିତା ଦୁର୍ବଳ,ଲତା ବି ଦୁର୍ବଳ

କବିଙ୍କର ଏହି ଦୁର୍ବଳତା ଏବେ ପ୍ରଶ୍ନବାଚୀ ।


ଯଦିଓ କବିତାକୁ ଦୁର୍ବଳ ଭାବିବା

ଆମ ମାନସିକତା ବି ଦୁର୍ବଳ ଆଡ଼କୁ

କବିତା ଏବେ ଦୁର୍ବଳ ନୁହେଁ !

କବିତାର ବିନ୍ଦୁ ବିସର୍ଗ ଜାଣି ନ ଥିବା

ଅଦିନିଆ ନାମକୁ ମାତ୍ର କବି ଯୋଗୁଁ କବିତା ଦୁର୍ବଳ

ପୋଖତ ସାହିତ୍ୟିକ ପାଖରେ କବିତା ଶକ୍ତ

ଗଦ୍ୟସାହିତ୍ୟ କୁ କବିତାର ରୂପ ଦେବା

ସାହିତ୍ୟ ସାଧକ ହିଁ ଜାଣେ !

ଆଜିକାଲି କବିତା ପବନରେ ମିଶିଛି

ଯାହାର ଶରୀର ଭିତରେ ପ୍ରବେଶ କଲା

କବିତା ନାକ,ଆଖି ,ପାଟି ଓ ହାତରେ

କବିତା ପାଇଁ କିଛି ଅଙ୍କୁଶ ବି ନାହିଁ

ପାଠକ ଖୁସି ହୋଇ ନ ପାରେ

କିନ୍ତୁ କହିପାରିବିନି, ଏ କବିତା ଲେଖା ବନ୍ଦ କର 

ସଂକ୍ଷେପରେ କବିତା ଦୁର୍ବଳ ନୁହେଁ ।


ବନିତା ପୁଣି ଦୁର୍ବଳ

କାହା ଜିଭରେ ହାଡ ଅଛି,ଦୁର୍ବଳ କହିବାକୁ

ବନିତା ଆଜିକାଲି ଅପରାଜିତା

ଜିତିବା ପାଇଁ ହିଁ ତା ର ଜନ୍ମ

ପାଠଶାଠ,ଖେଳକୁଦ,ନାଚଗୀତ,

ଉଚ୍ଚ ପଦ ପଦବୀରେ ବି ଅଧିଷ୍ଠିତ

ଏବେ ପରା ସୈନିକ ହୋଇ ଦେଶରକ୍ଷା

ଆଉ ସେ ଦୁର୍ବଳ କଥା କହିବନି !

ଦୁର୍ବଳ ସମୟରେ ଦୂର୍ବଳିଆ କବିର ପଦ ମାତ୍ର !


ଲତା ର ଧର୍ମ ହେଲା ମାଳିବା 

ଭୂମିରେ ହେଉ ବା ସିଡ଼ିରେ ହେଉ

ଯେଉଁଠି ରହିଲେ ବି ମାଳିବ 

ଏଥିରେ ଦୁର୍ବଳ କଥା ଉଠିଲା କାହିଁକି ?

ଲତା,ଲତା ପରି ରହିବ !

ଲତା କଣ ଗଛ ହୋଇ ସିଧା ଠିଆ ହେବ !

ଇଏ ବି କବିର ଦୁର୍ବଳ ଭାବନା ।


କବିତା ବନିତା ଲତା ର ସଂଜ୍ଞାରେ ପରିବର୍ତ୍ତନ

ଦୁର୍ବଳ ପଦ ହଟେଇବାକୁ ହେବ

ଦୁର୍ବଳ ବୋଲି ଆଗରୁ କହି ଦିଆଯାଇଛି

କବିତା ,ବନିତା ଓ ଲତା ର ପୂର୍ବ ପଦରେ

କବି ଦୁର୍ବଳ ବୋଲି ଦର୍ଶାଇଛନ୍ତି 

ବୋଧେ ଦୁର୍ବଳ ସମୟରେ ବର୍ଣ୍ଣନା 

ନତୁବା ଜଣେ ଦୂର୍ବଳୁଆ କବିର ଏ କାମ ।


ଆଶ୍ରୟ କଣ ହେବ !

ବିନା ଆଶ୍ରୟ ରେ କବିତା ଦୃତ ଗତିରେ ଚାଲିଛି

ବିନା ଆଶ୍ରୟ ରେ ବନିତା ଆତ୍ମନିର୍ଭରଶୀଳ

ଲତା ବି ବିନା ଆଶ୍ରୟ ରେ ତିଷ୍ଟି ପାରୁଛି

ଏବେ ବିନାଶ୍ରୟେ କବିତା ବନିତା ଲତା ।।


Rate this content
Log in

Similar oriya poem from Abstract