ବିନାଶ୍ରୟେ କବିତା ବନିତା ଲତା
ବିନାଶ୍ରୟେ କବିତା ବନିତା ଲତା
କବିର କଳ୍ପନାରେ ଚାତ୍ତୁରୀ
ପଦରେ ପଦ ଯୋଡ଼ି ଭାବାର୍ଥ ର ସୃଷ୍ଟି
ଶ୍ରୁତି ମଧୁର, ରସସିକ୍ତ ଓ ବୋଧଗମ୍ୟ
କବିତାର ବିଷୟ ବସ୍ତୁ ସହିତ ଜଡ଼ିତ
ଅନ୍ୟ ପକ୍ଷରେ ପାଠକ ମହଲରେ ଆଦୃତ
କବି ପରିଚୟ ଓ ମାନ୍ୟତା ର ମାନଦଣ୍ଡ
କବି ନିଜ ସ୍ଵିକୋରୋକ୍ତି ମାଧ୍ୟମରେ
କବିତାରେ ଛାପ ସହିତ ସମାଜକୁ ବାର୍ତ୍ତା
ଦୁର୍ବଳ ମାନସିକତା ସମ୍ପନ୍ନ କବି
ଚରିତ୍ର ମାନଙ୍କୁ ବି ଦୁର୍ବଳତା ଆଖ୍ୟା
କବିତା ଦୁର୍ବଳ,ବନିତା ଦୁର୍ବଳ,ଲତା ବି ଦୁର୍ବଳ
କବିଙ୍କର ଏହି ଦୁର୍ବଳତା ଏବେ ପ୍ରଶ୍ନବାଚୀ ।
ଯଦିଓ କବିତାକୁ ଦୁର୍ବଳ ଭାବିବା
ଆମ ମାନସିକତା ବି ଦୁର୍ବଳ ଆଡ଼କୁ
କବିତା ଏବେ ଦୁର୍ବଳ ନୁହେଁ !
କବିତାର ବିନ୍ଦୁ ବିସର୍ଗ ଜାଣି ନ ଥିବା
ଅଦିନିଆ ନାମକୁ ମାତ୍ର କବି ଯୋଗୁଁ କବିତା ଦୁର୍ବଳ
ପୋଖତ ସାହିତ୍ୟିକ ପାଖରେ କବିତା ଶକ୍ତ
ଗଦ୍ୟସାହିତ୍ୟ କୁ କବିତାର ରୂପ ଦେବା
ସାହିତ୍ୟ ସାଧକ ହିଁ ଜାଣେ !
ଆଜିକାଲି କବିତା ପବନରେ ମିଶିଛି
ଯାହାର ଶରୀର ଭିତରେ ପ୍ରବେଶ କଲା
କବିତା ନାକ,ଆଖି ,ପାଟି ଓ ହାତରେ
କବିତା ପାଇଁ କିଛି ଅଙ୍କୁଶ ବି ନାହିଁ
ପାଠକ ଖୁସି ହୋଇ ନ ପାରେ
କିନ୍ତୁ କହିପାରିବିନି, ଏ କବିତା ଲେଖା ବନ୍ଦ କର
ସଂକ୍ଷେପରେ କବିତା ଦୁର୍ବଳ ନୁହେଁ ।
ବନିତା ପୁଣି ଦୁର୍ବଳ
କାହା ଜିଭରେ ହାଡ ଅଛି,ଦୁର୍ବଳ କହିବାକୁ
ବନିତା ଆଜିକାଲି ଅପରାଜିତା
ଜିତିବା ପାଇଁ ହିଁ ତା ର ଜନ୍ମ
ପାଠଶାଠ,ଖେଳକୁଦ,ନାଚଗୀତ,
ଉଚ୍ଚ ପଦ ପଦବୀରେ ବି ଅଧିଷ୍ଠିତ
ଏବେ ପରା ସୈନିକ ହୋଇ ଦେଶରକ୍ଷା
ଆଉ ସେ ଦୁର୍ବଳ କଥା କହିବନି !
ଦୁର୍ବଳ ସମୟରେ ଦୂର୍ବଳିଆ କବିର ପଦ ମାତ୍ର !
ଲତା ର ଧର୍ମ ହେଲା ମାଳିବା
ଭୂମିରେ ହେଉ ବା ସିଡ଼ିରେ ହେଉ
ଯେଉଁଠି ରହିଲେ ବି ମାଳିବ
ଏଥିରେ ଦୁର୍ବଳ କଥା ଉଠିଲା କାହିଁକି ?
ଲତା,ଲତା ପରି ରହିବ !
ଲତା କଣ ଗଛ ହୋଇ ସିଧା ଠିଆ ହେବ !
ଇଏ ବି କବିର ଦୁର୍ବଳ ଭାବନା ।
କବିତା ବନିତା ଲତା ର ସଂଜ୍ଞାରେ ପରିବର୍ତ୍ତନ
ଦୁର୍ବଳ ପଦ ହଟେଇବାକୁ ହେବ
ଦୁର୍ବଳ ବୋଲି ଆଗରୁ କହି ଦିଆଯାଇଛି
କବିତା ,ବନିତା ଓ ଲତା ର ପୂର୍ବ ପଦରେ
କବି ଦୁର୍ବଳ ବୋଲି ଦର୍ଶାଇଛନ୍ତି
ବୋଧେ ଦୁର୍ବଳ ସମୟରେ ବର୍ଣ୍ଣନା
ନତୁବା ଜଣେ ଦୂର୍ବଳୁଆ କବିର ଏ କାମ ।
ଆଶ୍ରୟ କଣ ହେବ !
ବିନା ଆଶ୍ରୟ ରେ କବିତା ଦୃତ ଗତିରେ ଚାଲିଛି
ବିନା ଆଶ୍ରୟ ରେ ବନିତା ଆତ୍ମନିର୍ଭରଶୀଳ
ଲତା ବି ବିନା ଆଶ୍ରୟ ରେ ତିଷ୍ଟି ପାରୁଛି
ଏବେ ବିନାଶ୍ରୟେ କବିତା ବନିତା ଲତା ।।
